Cricket

ଆସନ୍ତାକାଲି ପଞ୍ଚମ ଟି-୨୦

(ଓଡ଼ିଶା ସ୍ପୋର୍ଟ) : ରୋମାଞ୍ଚକର ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଜିତି ଭାରତ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ହ୍ୱାଇଟୱାଶ୍ କରିବାକୁ ଲକ୍ଷ୍ୟ ରଖିଛି। ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ୍ ତିନି କିମ୍ବା ତା’ଠାରୁ ଅଧିକ ମ୍ୟାଚର ଟି-୨୦ ସିରିଜରେ କେବେବି ମୂଳପୋଛ ହୋଇନାହିଁ। ୨୦୦୫ ପରଠାରୁ କିୱି ଟିମ୍ ତା’ ନିଜ ମାଟିରେ ଦ୍ୱିପାକ୍ଷିକ ଟି-୨୦ ସିରିଜରେ ମାତ୍ର ଥରେ ମ୍ୟାଚ୍ ହାରିଛି। ଭାରତ ଯଦି ଏହି ସିରିଜ୍ ୫-୦ରେ ପୋଛି ନିଏ, ତାହେଲେ ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନକୁ ଉଠିବ। ଟି-୨୦ ରାଙ୍କିଙ୍ଗରେ ପାକିସ୍ତାନ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଭାରତ ବର୍ତ୍ତମାନ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ରେ ଆଗୁଆ ରହିଛି। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ରନ୍ ଚେଜ୍ କରି ବିଜୟୀ ହୋଇଥିଲା। କିନ୍ତୁ ତୃତୀୟ ଓ ଚତୁର୍ଥ ମ୍ୟାଚର ଫଳାଫଳା ସୁପର୍ ଓଭର ଦ୍ୱାରା ନିର୍ଦ୍ଧାରିତ ହୋଇଥିଲା। ୨୦୧୯ ବିଶ୍ୱକପ୍ ଫାଇନାଲକୁ ମିଶାଇ ନ୍ୟୁଜିଲ୍ୟାଣ୍ଡ ଏପର୍ୟ୍ୟନ୍ତ ତିନିଥର ସୁପର୍ ଓଭର ଖେଳିସାରିଲାଣି, କିନ୍ତୁ ସବୁଥିରେ ଦଳ ପରାଜୟର ମୁହଁ ଦେଖିଛି।
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଲୋକେଶ ରାହୁଲ୍ (ୱିକେଟକିପର), ମନିଷ ପାଣ୍ଡେ, ଋଷଭ ପନ୍ତ, ସଞ୍ଜୁ ସାମସନ୍, ଶ୍ରେୟସ ଆୟର୍, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ନଭଦୀପ ସାଇନି, ୱାଶିଂଟନ୍ ସୁନ୍ଦର।
ନ୍ୟୁଜିଲ୍ୟାଣ୍ଡ୍: କେନ୍ ୱିଲିୟମସନ୍ (କ୍ୟାପଟେନ୍), ମାର୍ଟିନ୍ ଗପ୍ଟିଲ୍, ରସ୍ ଟେଲର୍, ସ୍କଟ୍ କୁଗେଲାଇନ୍, କଲିନ୍ ମୁନରୋ, ଟମ୍ ବ୍ରୁସ୍, ଡାରିଲ୍ ମିଚେଲ୍, ମିଚେଲ୍ ସାଣ୍ଟନର୍, ଟିମ୍ ସିଫର୍ଟ (ୱିକେଟକିପର), ହାମିଶ୍ ବେନେଟ୍ଟ, ଇଶ ସୋଢୀ, ଟିମ୍ ସାଉଦୀ, ବ୍ଲେୟାର୍ ଟିକନର୍।

Related posts

ନିରାଶ ହେଲେ କ୍ରିକେଟ ଫ୍ୟାନ୍ସ: କୁଆଡ଼େ ଗଲା ବଳକା ୨୨ ହଜାର ଟିକେଟ

ଦାଦାଙ୍କ ଉପରେ ଜୟଙ୍କ ବିଜୟ

Odisha Sports Bureau

ଅବସର ନେବେ କି ଧୋନି ?

Odisha Sports Bureau