Cricket

ନ୍ୟୁଜିଲାଣ୍ଡ-ଭାରତ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

(ଓଡ଼ିଶା ସ୍ପୋର୍ଟ): ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତୀୟ ଟିମରେ ରହିଛନ୍ତି ବିରାଟ କୋହଲି, ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ, ଶ୍ରବମନ ଗିଲ୍, ଚେତେଶ୍ୱର ପୁନାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ସାହା, ଋଷଭ ପନ୍ତ, ଆର. ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା, ଉମେଶ ଯାଦବ, ମହମ୍ମଦ ସାମୀ, ନବଦୀପ ସାଇନୀ ।

ଫେବ୍ରୁଆରୀ ୨୧ ତାରିଖରୁ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୨୯ ତାରିଖରୁ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ତେବେ ତା’ ପୂର୍ବରୁ ଆସନ୍ତାକାଲି ଠାରୁ ଦୁଇ ଦଳ ମଧ୍ୟରେ ତିନୋଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୮ ଓ ୧୧ ତାରିଖରେ ଖେଳାଯିବ। ଦିନିକିଆ ସିରିଜ୍‌ରେ ମଧ୍ୟ ରୋହିତ୍ ଶର୍ମାଙ୍କୁ ନିଆଯାଇ ନାହିଁ। ତାଙ୍କ ବଦଳରେ ମୟଙ୍କ ଅଗ୍ରୱାଲ୍‌ଙ୍କୁ ସ୍ଥାନ ମିଳିଥିବା ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।

Related posts

ହିଟ ମ୍ୟାନଙ୍କ ହିଟ ରେକର୍ଡ଼

Odisha Sports Bureau

ଖୁଲାସା କଲେ ଅଶ୍ୱିନୀ;କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ

Odisha Sports Bureau

ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ୍‌ ସୋମବାର ପେସାଦାର କ୍ରିକେଟ୍‌ରୁ ଅବସର ନେଇଛନ୍ତି

Odisha Sports Bureau