More Sports

ତାଇକୋଣ୍ଡା ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ଅଂଶୁ

(ଓଡିଶା ସ୍ପୋର୍ଟସ): ୩୧ ଜାନୁଆରୀ ଠାରୁ ୨ ଫେବୃଆରୀ ପର୍ଯ୍ୟନ୍ତ ଦୁବାଇରେ ଖେଳାଯାଇଥିବା ଅଷ୍ଟମ ଫୁଜେରା ଗ୍ରୁପ୍-୨ ତାଇକୋଣ୍ଡା ଚମ୍ପିଆନଶିପ୍ ଅଂଶୁ ଦଣ୍ଡୋନିଆ ଅଣ୍ଡର-୫୫ କିଲୋଗ୍ରାମ୍ ଭାରବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କାରିଛନ୍ତି । ଏହା ପ୍ରଥମ ଥର ଅଟେ, ଯେତେବେଳେ କି ଭାରତୀୟ ଗ୍ରୁପ୍-୨ ର୍ୟାଙ୍କିଙ୍ଗ୍ ଚମ୍ପିଆନଶିପରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଚମ୍ପିଆନଶିପରେ ମଧ୍ୟପ୍ରଦେଶ ରାଜ୍ୟ ତାଇକୋଣ୍ଡା ଏକାଡେମିର ୮ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସେ ସମସ୍ତ ତୃତୀୟ ଇଏଲଏଲ୍ ହସନ ତାଇକୋଣ୍ଡା ଚମ୍ପିଆନଶିପରେ ଭାଗନେବା ପାଇଁ ଜାର୍ଡନ ପହଁଞ୍ଚି ଯାଇଛନ୍ତି ।
ଚମ୍ପିଆନଶିପରେ ଏକାଡେମିର ଖେଳାଳି ଗୌରବ ଯାଦବ ଅଣ୍ଡର-୫୪ କିଲୋଗ୍ରାମ ଏବଂ ଆୟୁସି ସିଂହ ଅଣ୍ଡର-୪୨ କିଲୋଗ୍ରାମ ଭାରବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତୀୟ ଟିମରେ ସାମିଲ ହୋଇଥିବା ଦିଲ୍ଲୀର ଖେଳାଳି ସୌର୍ୟ ଚୌରାସିଆ ରୌପ୍ୟ, ହରିଆଣାର ଖେଳାଳି ରୁଦାଲି ବରୁଆ ଏବଂ ସର୍ବିସେସ୍ ର ଅକ୍ଷୟ ହୁଡ୍ଡା ୧-୧ ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି ।

Related posts

ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବଜରଙ୍ଗ ପୁନିଆ

Odisha Sports Bureau

ଭାରତୀୟ ଜୁନିୟର ଟିମ୍ ୩ୟ କାଟାଗୋରିରେ ରୋନାଲ୍ଡୋ ନଂ-୧

Odisha Sports Bureau

ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

Odisha Sports Bureau

Leave a Comment