More Sports

ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ପ୍ରଦୀପ ହେଲେ ଚମ୍ପିଆନ୍

(ଓଡିଶା ସ୍ପୋର୍ଟସ): ରାଷ୍ଟ୍ରମଣ୍ଡଳ ଖେଳର ରୌପ୍ୟ ପଦକ ବିଜେତା ପ୍ରଦୀପ ସିଂ(୧୦୨) ସ୍ନେଚ୍ ବିଭାଗରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସ୍ନେଚରେ ପ୍ରଦିପ ନିଜର ତୃତୀୟ ଚେଷ୍ଟାରେ ୧୫୧ କିଗ୍ରାର ନିଜସ୍ୱ ସର୍ବଶେଷ୍ଠ ପ୍ରଦର୍ଶନ କରିଛନ୍ତି । ସେ କ୍ଲିନ୍ ଆଣ୍ଡ୍ ଜର୍କରେ ୧୯୫ କିଗ୍ରା ସହିତ ସର୍ବମୋଟ ୩୪୬ କିଗ୍ରା ଓଜନ ଓଠାଇଥିଲେ । ସେନାର ସୁଭମ୍(୧୪୫,୧୮୦ କିଗ୍ରା) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗତ ବର୍ଷ ପ୍ରଦୀପ୍ ଚୀନରେ ଅଲମ୍ପିକ୍ କ୍ୱାଲିଫାଇ ଏସିଆ ଚମ୍ପିଆନସିପ୍ ସମୟରେ ୩୫୧ କିଗ୍ରା(୧୫୦, ୨୦୧ କିଗ୍ରା) ଓଜନ ଉଠାଇ ତିନୋଟି ବର୍ଗରେ ବ୍ୟକ୍ତିଗତ ସର୍ବଶେଷ୍ଠ ପ୍ରଦର୍ଶନ କରିଥିଲେ । ହିମାଚଳ ପ୍ରଦେଶର ବିକାଶ ଠାକୁର( ୯୬ କିଗ୍ରା) ସ୍ନେଚରେ ୧୫୪ ଏବଂ କ୍ଲିନ୍ ଏବଂ ଜର୍କରେ ୧୯୨କିଗ୍ରା ସହିତ ୩୪୬ କିଗ୍ରା ଓଜନ ଉଠାଇ ଟାଇଟଲ୍ ଜିତିଛନ୍ତି । ମହିଳାମାନଙ୍କ ମଧ୍ୟରେ ଦୀପିକା ହାଣ୍ଡା( ୭୬ କିଗ୍ରା) ସ୍ନେଚରେ ୯୨ ଏବଂ କ୍ଲିନ ଆଣ୍ଡ ଜର୍କରେ ୧୧୯ କିଗ୍ରା ସହିତ ମୋଟ୍ ୨୧୧ କିଗ୍ରା ଏବଂ ଶୃଷ୍ଠି ସିଂ(୮୧ କିଗ୍ରା) ସ୍ନେଚ ରେ ୯୩ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୨ କିଗ୍ରା ସହିତ ମୋଟ୍ ୨୦୫ କିଗ୍ରା ଓ ଜନ ଉଠାଇ ଚମ୍ପିଆନ ହୋଇଛନ୍ତି ।

Related posts

ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Odisha Sports Bureau

ପ୍ରୋ-ଭଲିବଲ ଲିଗ୍ ରେ ୬ ବିଦେଶୀ ଖେଳାଳି ସାମିଲ

Odisha Sports Bureau

ଦୁନିଆର ମହାନ ଖେଳାଳି, ଯ ଯିଏ ରଙ୍ଗଭେଦ କାରଣରୁ ନଦୀରେ ଫିଙ୍ଗିଥିଲେ ଅଲିମ୍ପିକ୍ ପଦକ