Cricket

ଭାରତକୁ ଧୂଳି ଚଟେଇ ସିରିଜ କବଜା କଲା ନ୍ୟୁଜିଲାଣ୍ଡ

(ଓଡ଼ିଶା ସ୍ପୋର୍ଟ): ଆଗୁଆ ସିରିଜ କବଜା କଲା କ୍ୱିଓ୍ଵି ଟିମ । ଘରୋଇ ନ୍ୟୁଜିଲାଣ୍ଡ ଅକଲାଣ୍ଡରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତକୁ ୨୨ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟେଲରଙ୍କ ଅପରାଜିତ(୭୩) ଓ ମାର୍ଟିନ ଗୁପଟିଲ(୭୯)ଙ୍କ ସହାୟତାରେ ୮ ଓ୍ଵିକେଟ୍ ବିନିମୟରେ ୨୭୩ ରନ କରିଥିଲା। ବିରାଟ ବାହିନୀ ୨୭୪ ରନ ଟାର୍ଗେଟକୁ ପିଛା କରି ୨୫୧ ରନ କରି ଅଲଆଉଟ ହୋଇଛି । ୯୬ ରନରେ ୫ଟି ଓ୍ଵିକେଟ ହରାଇ ବ୍ୟାଟିଂ ବିପଯ୍ୟୟର ଶୀକାର ହୋଇଥିବା ଭାରତ ୪୮ ଦଶମିକ ୩ ଓଭରରେ ସମସ୍ତ ଓ୍ଵିକେଟ ହରାଇଥିଲା । ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫୫ ରନ କରିଥିବା ବେଳେ ଶ୍ରେୟଶ ଆୟର ୫୨, ସାଇନୀ ୪୫ ଓ ଅଧିନାୟକ କୋହଲି ୧୫ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟନ ମାନେ ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ତିଷ୍ଠିପାରିନଥିଲେ । ଟସ ହାରି ବ୍ୟାଟିଂ କରିଥିବା କ୍ୱିଓ୍ଵି ଟିମ ୮ ଓ୍ଵିକେଟ ହରାଇ ୨୭୩ ରନ କରିଥିଲା । ଗୁପଟିଲ ୭୯ ଓ ଟେଲର ୭୨ ରନ କରି ଦଳୀୟ ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଚହଲ ୩ଟି ଓ ଠାକୁର ୨ଟି ଓ୍ଵିକେଟ ନେଇଥିଲେ । ଶୃଙ୍ଖଳାର ତୃତୀୟ ମୁକାବିଲା ଫେବୃଆରୀ ୧୧ରେ ମାଉଣ୍ଟ ମାଙ୍ଗାନୁଇରେ ଖେଳାଯିବ।

Related posts

ବିସିସିଆଇ ଦ୍ୱାରା ଏସିଆ କପ ତାଲିକା ଘୋଷଣା

Odisha Sports Bureau

ପାକିସ୍ତାନ ଲେଖା ଜର୍ସି ପିନ୍ଧି ଏସିଆ କପ ଖେଳିବ ଭାରତ

Odisha Sports Bureau

ତୃତୀୟ ଟେଷ୍ଟ ପୂର୍ବରୁ ଦଳରେ ଅଦଳବଦଳ

Odisha Sports Bureau