Tennis

ବାଙ୍ଗାଲୁର ଓପନ ସେମିଫାଇନାଲରେ ପେସ୍-ଏବଡନଙ୍କ ଯୋଡି

(ଓଡିଶା ସ୍ପାର୍ଟସ): ଭାରତର ଅନୁଭବି ଖେଳାଳି ଲିଆଣ୍ଡର ପେସ୍ ଏବଂ ତାଙ୍କ ଯୋଡିଦାର ମେଥ୍ୟୁ ଏବଡେନ୍ ଶୁକ୍ରବାରଦିନ ବାଙ୍ଗାଲୁର ଓପନ ଫାଇନାଲରେ ପହଞ୍ଚି ଯାଇଥିଲେ । ସଂମ୍ଭବତଃ ଭାରତରେ ନିଜର ଶେଷ ଏଟଇପି ଟୁର୍ଣ୍ଣାମେଣ୍ଟ ଖେଳୁଥିବା ପେସ୍ ଏବଂ ଅଷ୍ଟ୍ରେଲିଆର ଏବଡେନ୍ଙ୍କ ଯୋଡି ସେମିଫାଇନାଲ ମୁକାବିଲାରେ ଜୋନାଥନ ଏର୍ଲିଚ ଏବଂ ଆନ୍ଦ୍ରେଇ ଭାସିଲେଭାସ୍କିଙ୍କ ଯୋଡିକୁ ୬-୪, ୩-୬, ୧୦-୭ରେ ପରାସ୍ତ କରିଛନ୍ତି । ଏହା ପୁର୍ବରୁ ପେସ ଏବଂ ଏବଡନଙ୍କ ଯୋଡି କ୍ୱାଟର ଫାଇନାଲ ମୁକାବିଲାରେ ଗତ ସପ୍ତାହରେ ଏଟିପି ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ସ୍ୱିଡନର ଆନ୍ଦ୍ରେ ଗୋରାନସନ ଏବଂ ଇଣ୍ଡୋନେସିଆର କ୍ରିଷ୍ଟୋଫର ଋଙ୍ଗକାଟର ତୃତୀୟ ସ୍ଥାନରେ ଥିବା ଯୋଡିକୁ ୭-୫, ୦-୬, ୧୦-୭ ରେ ପଛରେ ପକାଇ ବାଙ୍ଗାଲୁର ଓପନର ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି ।

Related posts

ଆଠ ବର୍ଷ ପରେ କ୍ୱାଟରଫାଇନାଲରେ କ୍ୱିଟୋଭା

Odisha Sports Bureau

ବ୍ରେସବନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟରୁ ବାହାର ହେଲେ ନଂ୧ ଖେଳାଳୀ ବାର୍ଟି

Odisha Sports Bureau

ଆହତ ଫେଡେରର ଚଳିତ ବର୍ଷ କୌଣସି ମ୍ୟାଚ୍ ଖେଳିବେ ନାହିଁ, ଜୋକୋଭିକ୍ ୟୁଏସ୍ ଓପନରୁ ମଧ୍ୟ ପ୍ରତ୍ୟାହାର କରିପାରିବେ