Cricket

ପ୍ରଥମ ଥର ପାଇଁ ଇତିହାସ ରଚି ଫାଇନାଲରେ ଭାରତୀୟ ମହିଳା ଦଳ

(ଓଡ଼ିଶା ସ୍ପୋର୍ଟ): ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ଭାରତ। ବର୍ଷା ଯୋଗୁଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳା ଯାଇ ପାରିଲା ନାହିଁ । ତେବେ ଗ୍ରୁପ୍ ପର୍ୟ୍ୟାୟରେ ଅଧିକ ପଏଣ୍ଟ ପାଇଥିବା ଯୋଗୁଁ ଭାରତୀୟ ଦଳ ଇଂଲଣ୍ଡକୁ ପଛରେ ପକାଇ ସିଧା ଫାଇନାଲକୁ ଉନ୍ନୀତ ହୋଇଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଏଥିସହ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପର ଫାଇନାଲ ଖେଳିବା ସୁଯୋଗ ପାଇଛି ଭାରତ ।
ଆଇସିସିର ନିୟମ ଅନୁସାରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ପାଇଁ ୧୦ ଓଭର ଲେଖାଏଁ ମ୍ୟାଚ ଖେଳାଯିବ କଥା। ହେଲେ ବର୍ଷା ଥମିବାର ସମ୍ଭାବନା ଦେଖାନଯିବାରୁ ଭାରତକୁ ବିଜେତା ଘୋଷିତ କରାଯାଛି। ଏଥିସହ ସେମିଫାଇନାଲ ପାଇଁ ରିଜର୍ଭ ଡେ ପ୍ରସ୍ତାବକୁ ମଧ୍ୟ ଆଇସିସି ପ୍ରତ୍ୟାଖ୍ୟାନ କରିବାରୁ ଭାରତକୁ ଫାଇନାଲ ଟିକଟ ମିଳିଛି ।
ସେହିପରି ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମଧ୍ୟ ବର୍ଷା ଯୋଗୁଁ ରଦ୍ଦ ହେବାର ଆଶଙ୍କା ରହିଛି। ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଟିମ୍ । ଯଦି ଦ୍ୱିତୀୟ ସେମିଫାଇନାଲ ବର୍ଷା ଯୋଗୁଁ ରଦ୍ଦ ହୁଏ, ତେବେ ପଏଂଟ ଆଧାରରେ ଦକ୍ଷିଣ ଆଫ୍ରିକାକୁ ଫାଇନାଲ ଟିକେଟ ମିଳିବ।
ତେବେ ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି ଯେ ବିନା ଖେଳି ଆମେ ଫାଇନାଲ୍କୁ ଯିବାଟା ଟିକେ ଭିନ୍ନ ପ୍ରକାର ଅନୁଭୂତି ଆଣିଛି । ହେଲେ କଣ କରାଯିବ ଯାହା ନିୟମ ରହିଛି ତାକୁ ତ ମାନିବାକୁ ପଡ଼ିବ । ଭବିଷ୍ୟତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଅତିରିକ୍ତ ଦିବସ ରଖାଯିବା ଉଚିତ ବୋଲଇ ସେ କହିଛନ୍ତି । ଦଳ ପ୍ରଥମଥର ଫାଇନାଲ୍ରେ ପ୍ରବେଶ କରିଥିବାରୁ ସବୁ ଖେଳାଳି ଖୁସି ଅଛନ୍ତି । ତେବେ ଏହାକୁ ନେଇ ଦାୟିତ୍ୱ ମଧ୍ୟ ବଢ଼ି ଯାଇଛି ବୋଲି ହରମନପ୍ରୀତ କହିଛନ୍ତି । ଅବଶ୍ୟ ସବୁ ଖେଳାଳି ଭଲ ଫର୍ମରେ ଥିବାରୁ ସେମାନେ ଫାଇନାଲ୍ରେ ପୂର୍ଣ୍ଣ ସାମର୍ଥ୍ୟରେ ଖେଳ ଦେଖାଇବେ ବୋଲି ସେ କହିଛନ୍ତି ।

Related posts

ଟି-୨୦ ବିଶ୍ୱକପ ୨୦୨୬, ଭାରତରେ ଖେଳାଯିବ ସେମିଫାଇନାଲ ଓ ଫାଇନାଲ

Odisha Sports Bureau

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ : ବାଂଲାଦେଶକୁ ପରାସ୍ତ କରି ତୃତୀୟ ଟାଇଟଲ ହାସଲ କଲା ଭାରତ

Odisha Sports Bureau

କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି; ପାଇବେ କି ଆଉ ଏକ ସୁଯୋଗ?

Odisha Sports Bureau