More Sports

ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ମନୀଷ କୌଶିକ

(ଓଡ଼ିଶା ସ୍ପୋର୍ଟ): ଭାରତର ଷ୍ଟାର ବକ୍ସର ମନୀଷ କୌଶିକ ୬୩ କେଜି ବର୍ଗରେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ୯ମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି। ଏହାପୂର୍ବରୁ କୌଣସି ଅଲିମ୍ପିକ୍ସରେ ଏତେ ସଂଖ୍ୟକ ବକ୍ସର ଭାରତକୁ ପ୍ରତିନିଧିତ୍ୱ କରି ନଥିଲେ।
ଏସିଆନ କ୍ୱାଲିଫାୟର୍ସର ବକ୍ସ ଅଫ ମ୍ୟାଚ୍ରେ କୌଶିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଅଷ୍ଟ୍ରେଲିଆର ହାରିସନ ଗରସାଇଡ୍କୁ ୪-୧ରେ ପରାସ୍ତ କରି ଏହି କୀର୍ତ୍ତିମାନ ହାସଲ କରିଛନ୍ତି।
କ୍ୱାର୍ଟର ଫାଇନାଲରେ ଉଭୟ କୌଶିକ ଓ ଗାରସାଇଡ୍ ପରାସ୍ତ ହୋଇଥିଲେ। ତେବେ ବ୍ରୁଟାଲ ବକ୍ସ ଅଫ ମ୍ୟାଚ୍ରେ ସେମାନଙ୍କୁ ଅଲିମ୍ପିକ୍ସକୁ ଯିବା ପାଇଁ ଶେଷ ସୁଯୋଗ ମିଳିଥିଲା। ଏଥିରେ କୌଶିକ ବାଜିମାତ କରିଛନ୍ତି।
କୌଶିକଙ୍କ ପୂର୍ବରୁ ମ୍ୟାରିକମ(୫୧ କେଜି), ସିମରନଜିତ କୌର(୬୦କେଜି), ଲଭଲୀନା(୬୯କେଜି), ପୂଜା ରାଣୀ(୭୫ କେଜି), ଅମିତ ପଙ୍ଘାଲ(୫୨ କେଜି), ବିକାଶ କ୍ରୀଷ୍ଣା(୬୯ କେଜି), ଆଶିଷ କୁମାର(୭୫ କେଜି) ଓ ସତୀଶ କୁମାର(୯୧+କେଜି) ବର୍ଗରେ ଭାରତ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପାଇଁ ୮ ଜଣ ବକ୍ସର ପ୍ରତିନିଧିତ୍ୱ କରିଥିଲେ।

Related posts

ଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ସ୍ୱର୍ଣ୍ଣ ପଦକ ଜିତିଲେ ଇଶା ସିଂହ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି

ରଣଜୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ଓ ସୌରାଷ୍ଟ୍ର ମୁହାଁମୁହିଁ