More Sports

କରୋନା ପ୍ରଭାବ: ଦର୍ଶକଙ୍କ ବିନା ହେବ ଆଇଏସଏଲ ମ୍ୟାଚର ଫାଇନାଲ

(ଓଡ଼ିଶା ସ୍ପୋର୍ଟ ): ସାରା ବିଶ୍ୱ ଏବେ କରୋନା ଚିନ୍ତାରେ । ଏହି ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ଯେତେ ବଢିବାରେ ଲାଗିଛି ସେତିକି ଭୟ ମଧ୍ୟ ସୃଷ୍ଟି ହେବାରେ ଲାଗିଛି । ଜୀବନ ଶୈଳୀ ଉପରେ ମଧ୍ୟ କରୋନାର ପ୍ରଭାବ ପଡ଼ିଛି । ଏହି କ୍ରମରେ ଖେଳ ଉପରେ ପଡ଼ିଛି କରୋନା ପ୍ରଭାବ । ମାର୍ଚ୍ଚ ୧୪ ତାରିଖରେ ଇଣ୍ଡିଆନ ସୁପର ଲିଗ ଟାଇଟଲ ମ୍ୟାଚ ଏଟିକା ଏବଂ ଚେନ୍ନାଇ ଏଫସି ମଧ୍ୟରେ ଖେଳାଯିବ । ଆଉ ଏହି ମ୍ୟାାଚ ଦର୍ଶକଙ୍କ ବିନା ଖେଳାଯିବ । ଏ ନେଇ ସୂଚନା ଦେଇଛନ୍ତି ଆଜି ଆୟୋଜକ ମାନେ ସୂଚନା ଦେଇଛନ୍ତି ।
କରୋନା ବିପଦ ମଧ୍ୟରେ ଦୁଇ ଦଳ ଟାଇଟଲ ଜିତିବା ପାଇଁ ଉପାୟ ଅବଲମ୍ବନ କରିବେ । କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଲିଗ ଅର୍ଗାନାଇଜର୍ସ ଫୁଟବଲ ସ୍ପୋର୍ଟସ ଡ଼େଭଲପମେଣ୍ଟ ଲିମିଟେଡ଼ ବିନା ଦର୍ଶକରେ ଆଇଏସଏଲ ଫାଇନାଲ କରିବାକୁ ନିଷ୍ପତ୍ତି ନେଇଛି ।
ଡ଼େଭିଡ଼ ୱିଲିୟମ୍ସଙ୍କ ଦ୍ୱାରା ଡ଼ବଲ ଗୋଲ ହାସଲ କରି ଏଟିକେ ଆଇଏସଏଲ ସେମିଫାଇନାଲରେ ଦ୍ୱିତୀୟ ପର୍ଯ୍ୟାୟରେ ବାଙ୍ଗାଲୋର ଏଫ୍ସି ୩-୧ ଏବଂ ୩-୨ ଅନ୍ତରରେ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।

Related posts

୮୦ତମ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଓଡ଼ିଶା ମହିଳା ଆଗରେ

Odisha Sports Bureau

ଭାରତର ୧୯ ବର୍ଷୀୟ ବୈଶାଳୀ ପୂର୍ବତନ ବିଶ୍ୱ ଚାମ୍ପିୟନ ଷ୍ଟିଫାନୋଭାଙ୍କୁ ପରାସ୍ତ କରିଛନ୍ତି

ୱାର୍ଲଡ ବିଲିୟାର୍ଡସ ଚମ୍ପିଅ।।ନସିପର ଫାଇନାଲରେ ପ୍ରବେଶ କଲେ ସୌରଭ

Odisha Sports Bureau