Badminton

ହାରିଲେ ସିନ୍ଧୁ,ଭାରତର ଅଭିଯାନ ଶେଷ

(ଓଡ଼ିଶା ସ୍ପୋର୍ଟ): ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପର କ୍ୱାର୍ଟର ଫାଇନାଲରେ ଭାରତ ପରାସ୍ତ। ବିଶ୍ୱ ବିଜୟିନୀ ସିନ୍ଧୁଙ୍କୁ ମହିଳା ଏକକର କ୍ୱାର୍ଟର ଫାଇନାଲରେ ଜାପାନର ନୋଜୋମୀ ଓକୁହାରା ପରାସ୍ତ କରିଛନ୍ତି । ଓକୁହାରା ୧ ଘଣ୍ଟା ୮ ମିନିଟ ଯାଏଁ ଚାଲିଥିବା ମୁକାବିଲାରେ ସିନ୍ଧୁଙ୍କୁ ୧୨-୨୧, ୨୧-୧୫, ୨୧-୧୩ରେ ପରାସ୍ତ କରିଛନ୍ତି । ଏଥି ସହ ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଯାଇଛି ।

ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କୁ ୬ଷ୍ଠ ସିଡ ମିଳିଥିଲା । ସେ ଓକୁହାରାଙ୍କୁ ହରାଇ ଗତ ବର୍ଷ ଅଗଷ୍ଟରେ ବିଶ୍ଚ ଚାମ୍ପିଅନ ଟାଇଟଲ ଜିତିଥିଲେ। କିନ୍ତୁ ଓକୁହାରା ଇଂଲଣ୍ଡରେ ସେହି ପରାଜୟର ପ୍ରତିଶୋଧ ନେଇଛନ୍ତି । ଏହି ୨ ଖେଳାଳିଙ୍କ ପାଇଁ ଏହା ଥିଲା ୧୭ତମ ମୁକାବିଲା। ଏଥିରେ ୯ ଥର ପିଭି ସିନ୍ଧୁ ଜିତିଛନ୍ତି । ସିନ୍ଧୁଙ୍କ ଏହି ପରାଜୟ ସହିତ ଭାରତର ଅଭିଯାନ ଶେଷ ହୋଇଛି ।

Related posts

ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ମାଲେସିଆ ଓପନ୍ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲେ ପି. ଭି. ସିନ୍ଧୁ

Odisha Sports Bureau

ସାଇନା ସେମି ଫାଇନାଲରେ: ସିନ୍ଧୁ, ଶ୍ରୀକାନ୍ତ ଆଉଟ

Odisha Sports Bureau