Cricket

୧୪ ଦିନ ହୋମ୍ ଆଇସୋଲେସନରେ ରହିବେ ଦକ୍ଷିଣଆଫ୍ରିକା ଖେଳାଳୀ

(ଓଡ଼ିଶା ସ୍ପୋର୍ଟ): କରୋନା ଭାଇରସ ସାରା ବିଶ୍ୱରେ ପ୍ରଭାବ ପକାଇଛି । କିକ୍ରେଟ ଜଗତ ଉପରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ତେବେ କ୍ରିକେଟ୍ ଉପରେ ‘କରୋନା’ ଗ୍ରହଣ ଲାଗିବା ପରେ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ୍ ବାତିଲ ହୋଇଥିଲା। ଆଉ ଏହା ପରେ ସ୍ୱଦେଶ ଫେରିଯାଇଛନ୍ତି ଦକ୍ଷିଣଆଫ୍ରିକା ଖେଳାଳୀ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ନିଜ ଦେଶକୁ ଫରିବା ପରେ ୧୪ ଦିନ ପର୍ୟ୍ୟନ୍ତ ହୋମ୍ ଆଇସୋଲେସନରେ ରହିବେ ସମସ୍ତ ଖେଳାଳୀ ।
ସୂଚନା ଅନୁଯାୟୀ, ଦକ୍ଷିଣଆଫ୍ରିକାର ସମସ୍ତ ଖେଳାଳୀଙ୍କୁ ୧୪ ଦିନ ପର୍ୟ୍ୟନ୍ତ ଅଲଗା ଅଲଗା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ସମୟରେ କୌଣସି ଖେଳାଳୀଙ୍କ ପାଖରେ କିଛି ବି ଲକ୍ଷଣ ଦେଖାଗଲେ, ସଙ୍ଗେ ସଙ୍ଗେ ସେମାନଙ୍କୁ ଯାଞ୍ଚ କରାଯିବ।ଦକ୍ଷିଣଆଫ୍ରିକା କ୍ରିକେଟ୍ ଟିମ୍ ମଙ୍ଗଳବାର କୋଲକାତାରୁ ସାଉଥଆଫ୍ରିକାକୁ ଉଡାଣ ଭରିଥିଲେ। ଭ୍ରମଣକାରୀ ଦଳ ଭାରତ ସହ ୩ଟି ଦିନିକିଆ ମ୍ୟାଚ୍ ଖେଳିବାର ଥିଲା । କିନ୍ତୁ କରୋନା ଭାଇରସ କାରଣରୁ ସିରିଜକୁ ରଦ୍ଦ କରିଦିଆଯାଇଛି ।

Related posts

ସହିଦଙ୍କ ନାମରେ ଆଇପିଏଲ୨୦୧୯ର ଉଦଘାଟନୀ ସମାରୋହ

Odisha Sports Bureau

ରୋହିତଙ୍କ ସୁପର କ୍ୟାଚ ଦେଖି କୁଣ୍ଢାଇଲେ କୋହଲି

Odisha Sports Bureau

ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଦଳ