(ଓଡ଼ିଶା ସ୍ପୋର୍ଟସ ): ବର୍ତମାନ ପର୍ଯ୍ୟନ୍ତ ଅଧିକାଂଶ ଖେଳାଳି ଯେଉଁମାନେ କରୋନା ଭାଇରସର ଶିକାର ହୋଇଛନ୍ତି । ସେମାନେ ଅଧିକାଂଶ ଫୁଟବଲ ଜଗତର । କିନ୍ତୁ କୌଣସି କ୍ରିକେଟ ଖେଳାଳୀ ବର୍ତମାନ ପର୍ଯ୍ୟନ୍ତ ଏହି ଭାଇରସରେ ଆକ୍ରାନ୍ତ ହୋଇନାହଁନ୍ତି । କିନ୍ତୁ ବର୍ତମାନ ଖବର ମିଳିଛି ଯେ ପାକିସ୍ତାନୀ ସ୍କଟଲ୍ୟାଣ୍ଡ କ୍ରିକେଟ ଟିମ ପାଇଁ ଖେଳୁଥିବା ମାଜିଦ୍ ହକ୍ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ବର୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ସେ ଗ୍ଳାସ୍ମୋର ପେସଲି ଅଂଚଳର ରୟାଲ ଆଲେକ୍ସଜାଣ୍ଡାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ଏନେଇ ମାଜିଦ୍ ନିଜେ ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି ।
ମାଜିଦ ହକ ଟ୍ୱିଟରରେ ଘୋଷଣା କରିଛନ୍ତି ଯେ କୋଭିଡ଼ ୧୯ ପାଇଁ ପଜିଟିଭ ପରୀକ୍ଷା କରିବା ପରେ ସେ ସୁସ୍ଥ ଅଛନ୍ତି । ଖୁବ ଶୀଘ୍ର ଭଲ ହୋଇ ସେ ଘରକୁ ଫେରିବେ ବୋଲି କହିଛନ୍ତି । ଡ଼ାକ୍ତରଖାନା କର୍ମଚାରୀ ଏବଂ ଯେଉଁମାନେ ତାଙ୍କ ପାଖକୁ ସୁସ୍ଥ ହେବାର ବାର୍ତ୍ତା ପଠାଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
previous post