Cricket

ପାକିସ୍ତାନୀ ବୋଲର କହିଲେ- ବିରାଟ କୋହଲି ଜଣେ ନୁହଁନ୍ତି, ସେ ହିଁ ୧୧ ଜଣ ଖେଳାଳିଙ୍କ ସହ ସମାନ

(ମମତା ସାମଲ ): ପାକିସ୍ତାନୀ ସ୍ପିନର ସକଲେନ ମୁସ୍ତାକ ଇଂଲଣ୍ଡର ମୋଇନ ଅଲି ଓ ଆଦିଲ ରଶିଦଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୂରା ଭାରତୀୟ ଟିମ ଭାବେ ବୁଝନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କୋହଲି ୧୧ ଜଣ ଖେଳାଳି ଭଳି । ସକଲେନ ଗତ ବର୍ଷ ବିଶ୍ୱକପ ଯାଏଁ ଇଂଲଣ୍ଡ ଟିମର ସ୍ପିନ ପରାମର୍ଶଦାତା ଥିଲେ । ଉଭୟ ମୋଇନ ଓ ରଶିଦ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ୬-୬ ଥର ଆଉଟ କରିଛନ୍ତି ।

ସକଲେନ ଏକ ଇନଷ୍ଟାଗ୍ରାମ ଲାଇଭ ଚାଟରେ କହିଛନ୍ତି, ସେ ଜଣେ ନୁହଁନ୍ତି, ଏଗାର ଜଣ । ମୁଁ ତାଙ୍କୁ ଏହା କହୁଥିଲି ଯେ, ବିରାଟଙ୍କ ୱିକେଟ ପୂରା ଭାରତୀୟ ଟିମକୁ ଆଉଟ କଲା ଭଳି । ସେ ନିଜେ ନିଜକୁ ଜଣେ ଏକାଦଶ । ସେ କହିଛନ୍ତି କିନ୍ତୁ ମୁଁ ସେମାନଙ୍କୁ ଏହା ମଧ୍ୟ କହୁଥିଲି ଯେ, ଚାପ ଆପଣମାନଙ୍କ ଉପରେ ନାହିଁ, ତାଙ୍କର (କୋହଲି)ଙ୍କ ଉପରେ । କାରଣ ପୂରା ବିଶ୍ୱ ତାଙ୍କୁ ଦେଖୁଛି । ସେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ । କିନ୍ତୁ ରଣନୀତି, କଳ୍ପନାଶକ୍ତି ଓ ଶକ୍ତି ହିସାବରେ ଆପଣମାନେ (ମୋଇନ ଓ ରଶିଦ) ମଧ୍ୟ କମ ନୁହଁନ୍ତି ।

Related posts

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

Odisha Sports Bureau

୨୦ ବର୍ଷ ତଳର ବଦଲା ନେବ ଭାରତ; ଅଷ୍ଟ୍ରେଲିଆକୁ ଦେବ ମୁହଁତୋଡ ଜବାବ

Odisha Sports Bureau

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍‌ ତଥା ସମ୍ମାନଜନକ ଏକାମ୍ର ସ୍ପୋଟର୍ସ ଲିଟେରାରି ଫେଷ୍ଟିଭାଲ।

Odisha Sports Bureau