Tennis

ୟୁଏସ୍ ଓପନ୍ ଖେଳିବେ ନାହିଁ ନାଡାଲ୍

(ଓଡିଶା ସ୍ପୋର୍ଟସ): ବିଶ୍ୱ ଦୁଇ ନମ୍ବର ଟେନିସ୍ ଖେଳାଳି ରାଫେଲ ନାଡାଲ ଚଳିତ ବର୍ଷର ଟେନିସ୍ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ୨୦୨୦ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି । ସେ ଏହି କରୋନା ମହାମାରୀ ପଛର କାରଣ ବୁଝାଇ କହିଛନ୍ତି ଯେ ସେ କୌଣସି ବିପଦ ନେବାକୁ ଚାହୁଁ ନାହାଁନ୍ତି । ରାଫେଲ ନାଡାଲ ମଙ୍ଗଳବାର ଏକ ଟୁଇଟ୍ରେ କହିଛନ୍ତି ଯେ “ମୁଁ ବହୁତ ଭାବିଥିଲି ଏବଂ ଚଳିତ ବର୍ଷ ୟୁଏସ୍ ଓପନ୍ରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ସମଗ୍ର ବିଶ୍ୱରେ ପରିସ୍ଥିତି ଅତ୍ୟନ୍ତ ଖରାପ, କୋଭିଡ -୧୯ର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଖାଯାଉଛି ଯେ ଏହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ।”

ରାଫେଲ ନାଡାଲଙ୍କ ପୂର୍ବରୁ କରୋନା ମହାମାରୀ ହେତୁ ରୋଜର ଫେଡେରର ମଧ୍ୟ ଖେଳିବାକୁ ମନା କରିଦେଇଥିଲେ । ଫେଡେରର ମଧ୍ୟ ଟ୍ୱିଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ବିଶ୍ୱର ଏକ ନମ୍ବର ମହିଳା ଟେନିସ୍ ଖେଳାଳି ବାର୍ଟି ମଧ୍ୟ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ରୁ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି । ଏଥିସହ ସେ କରୋନା ଭୂତାଣୁ ବିଷୟରେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ “ମହାମାରୀ ହେତୁ ସେ ବର୍ତ୍ତମାନ ଆମେରିକା ଯାଇପାରିବେ ନାହିଁ ।”

Related posts

ତ୍ରିବେଣୀ କପ -୨୦୧୯ ଦ୍ୱିତୀୟ ଦିନରେ

Odisha Sports Bureau

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

Odisha Sports Bureau

ବିଦାୟ ନେଲେ ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର

Odisha Sports Bureau