Tennis

ୟୁଏସ୍ ଓପନ୍ ଖେଳିବେ ନାହିଁ ନାଡାଲ୍

(ଓଡିଶା ସ୍ପୋର୍ଟସ): ବିଶ୍ୱ ଦୁଇ ନମ୍ବର ଟେନିସ୍ ଖେଳାଳି ରାଫେଲ ନାଡାଲ ଚଳିତ ବର୍ଷର ଟେନିସ୍ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ୨୦୨୦ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି । ସେ ଏହି କରୋନା ମହାମାରୀ ପଛର କାରଣ ବୁଝାଇ କହିଛନ୍ତି ଯେ ସେ କୌଣସି ବିପଦ ନେବାକୁ ଚାହୁଁ ନାହାଁନ୍ତି । ରାଫେଲ ନାଡାଲ ମଙ୍ଗଳବାର ଏକ ଟୁଇଟ୍ରେ କହିଛନ୍ତି ଯେ “ମୁଁ ବହୁତ ଭାବିଥିଲି ଏବଂ ଚଳିତ ବର୍ଷ ୟୁଏସ୍ ଓପନ୍ରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ସମଗ୍ର ବିଶ୍ୱରେ ପରିସ୍ଥିତି ଅତ୍ୟନ୍ତ ଖରାପ, କୋଭିଡ -୧୯ର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଖାଯାଉଛି ଯେ ଏହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ।”

ରାଫେଲ ନାଡାଲଙ୍କ ପୂର୍ବରୁ କରୋନା ମହାମାରୀ ହେତୁ ରୋଜର ଫେଡେରର ମଧ୍ୟ ଖେଳିବାକୁ ମନା କରିଦେଇଥିଲେ । ଫେଡେରର ମଧ୍ୟ ଟ୍ୱିଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ବିଶ୍ୱର ଏକ ନମ୍ବର ମହିଳା ଟେନିସ୍ ଖେଳାଳି ବାର୍ଟି ମଧ୍ୟ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ରୁ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି । ଏଥିସହ ସେ କରୋନା ଭୂତାଣୁ ବିଷୟରେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ “ମହାମାରୀ ହେତୁ ସେ ବର୍ତ୍ତମାନ ଆମେରିକା ଯାଇପାରିବେ ନାହିଁ ।”

Related posts

ଟେନିସ ଜଗତରେ ସାନିଆ ଯୁଗର ଅବସାନ

Odisha Sports Bureau

ଆଇଟିଏଫ୍ ଡବଲ୍ସ ଟାଇଟଲ୍ ଜିତିଲେ ଅଙ୍କିତା

Odisha Sports Bureau

ୟୁଏଏସ୍ ଓପନର ପ୍ରଥମ ରାଉଣ୍ଡରୁ ବାହାର ହେଲେ ଶରଣ-ନିସ୍ଙ୍କ ଯୋଡି

Odisha Sports Bureau