More Sports

କଳିଙ୍ଗ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି

(ଓଡିଶା ସ୍ପୋର୍ଟସ୍): ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଅଧିନସ୍ଥ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସିରେ ଭୁବନେଶ୍ବର ସ୍ଥାନ ପାଇଛି। ଫଳରେ ଭୁବନେଶ୍ବରରେ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରଶିକ୍ଷଣ କ୍ଷେତ୍ରରେ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି। ଦେଶରେ ମୋଟ ୮ଟି ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି ପ୍ରତିଷ୍ଠା କରାଯିବ। ସେଥିମଧ୍ୟରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଅନ୍ୟତମ । ପ୍ରତିଭାବାନ୍‌ ଖେଳାଳି ଅନୁସନ୍ଧାନ, ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ଲାଗି ଦକ୍ଷ ପ୍ରଶିକ୍ଷକ, ତାଲିମ ଦାତା ନିଯୁକ୍ତି ଲାଗି ପ୍ରଥମ ପର୍ୟ୍ୟାୟରେ ୪ ବର୍ଷ ପାଇଁ ୧୨ କୋଟି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ଅଲିମ୍ପିକ୍‌ସରେ କିଭଳି ଭାରତ ଅଧିକରୁ ଅଧିକ ପଦକ ହାସଲ କରିପାରିବ ସେ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହଯୋଗରେ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି ନିର୍ମାଣ କରାଯିବ। ଖେଲୋ ଇଣ୍ଡିଆ ସେଣ୍ଟର ଫର୍‌ ଏକ୍ସଲେନ୍ସିରେ ପ୍ରଥମତଃ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ। ଉତ୍ତମ ପ୍ରଶିକ୍ଷଣ ଲାଗି ଦକ୍ଷ ପ୍ରଶିକ୍ଷକ, ଫିଜିଓଥେରାପିଷ୍ଟ, ଉନ୍ନତମାନର ଉପକରଣ, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଓ ଦକ୍ଷ ପରିଚାଳକ ନିଯୁକ୍ତ କରାଯିବ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି ଯେ, ୨୦୨୮ ଅଲିମ୍ପିକ୍‌ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ ସ୍ଥାନରେ ରହିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଲିମ୍ପିକ୍‌ସକୁ ଦୃଷ୍ଟିରେ ରଖି ୪ ବର୍ଷିୟା ଯୋଜନା କରାଯାଇଛି। ଅଲିମ୍ପିକ୍‌ସରେ ସାମିଲ ୧୪ ଗୋଟି କ୍ରୀଡ଼ାକୁ ଏଥି‌େ‌ର ସାମିଲ କରାଯିବ। ଗୋଟିଏ ଲେଖାଏଁ ସେଣ୍ଟରରେ ସର୍ବାଧିକ ୩ଟି କ୍ରୀଡ଼ା ଉପରେ ଗୁରୁତ୍ବ ଦିଆଯିବ। ଏଥିଲାଗି ଦେଶରେ ୮ଟି ସେଣ୍ଟର ଭୁବନେଶ୍ବର, ମିଜୋରାମ, ତେଲେଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଞ୍ଚଳ ପ୍ରଦେଶ, କେରଳ ଓ କର୍ଣ୍ଣାଟକରେ ଖେଲୋ ଇଣ୍ଡିଆ ସେଣ୍ଟର ଫର୍‌ ଏକ୍ସଲେନ୍ସି ନିର୍ମାଣ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି। ପ୍ରତିଭାବାନ୍‌ ଖେଳାଳି ସୃଷ୍ଟି କରିବା ଉକ୍ତ ସେଣ୍ଟରର ମୁଖ୍ୟ ଲକ୍ଷ୍ୟ ହେବ। ଏଥିପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ। ଖେଳାଳିମାନଙ୍କ ରହିବା, ଅଭ୍ୟାସ ନେଇ ଉପଯୁକ୍ତ ସୁବିଧାସୁଯୋଗ ସହ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ଖେଳାଳିମାନେ କିଭଳି ଅଲିମ୍ପିକ୍‌ସରେ ପଦକ ହାସଲ କରିପାରିବେ ସେ ନେଇ ସେଣ୍ଟର କାର୍ୟ୍ୟ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି।

Related posts

ଜାପାନ ପାରାବ୍ୟାଡ଼ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ: ଓଡ଼ିଶାରୁ ପ୍ରମୋଦ ମନୋନୀତ

Odisha Sports Bureau

ସରିଲା ବଜରଙ୍ଗ ପୁନିଆଙ୍କ ସିଜନ

Odisha Sports Bureau

ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau