Tennis

ଆଠ ବର୍ଷ ପରେ କ୍ୱାଟରଫାଇନାଲରେ କ୍ୱିଟୋଭା

(ଓଡିଶା ସ୍ପୋର୍ଟସ୍): ଚେକ୍ ରିପବ୍ଲିକର ପେଟ୍ରା କ୍ୱିଟୋଭା ଆଠ ବର୍ଷ ପରେ ଏବଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ ଓପନ୍ ଟେନିସ୍ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଦୁଇଥର ୱିମ୍ବଲଡନ୍ ଚାମ୍ପିଅନ୍ କ୍ୱିଟୋଭା ଏକ ଘଣ୍ଟା ୨୭ ମିନିଟରେ ଚାଇନାର ଝାଙ୍ଗ ଶୁହାଇଙ୍କୁ ୬–୨, ୬–୪ ରେ ପରାସ୍ତ କରିଛନ୍ତି । ଏହାପୂର୍ବରୁ ସପ୍ତମ ସିଡ୍ କ୍ୱିଟୋଭା ୨୦୧୨ ରେ ସେମିଫାଇନାଲରେ ପ୍ରବେଶ କରିଥିଲେ । କ୍ୱିଟୋଭା ଏପର୍ୟ୍ୟନ୍ତ ଟୁର୍ନାମେଣ୍ଟରେ ଗୋଟିଏ ସେଟ୍ ମଧ୍ୟ ହରାଇ ନାହାଁନ୍ତି । ଝାଙ୍ଗ ପ୍ରଥମ ସେଟରେ ଯେତେବେଳେ ୨-୫ରେ ପଛୁଆ ଚାଲୁଥିଲେ , ସେତେବେଳେ ତାଙ୍କୁ ମେଡିକାଲ୍ ଟାଇମ୍ ଆଉଟ୍ ମିଳିଥିଲା । ସେପଟେ, କ୍ୱିଟୋଭା, ୱିଣ୍ଟ୍ରି ପାଗକୁ ଏଡାଇବା ପାଇଁ କୋର୍ଟ ଫିଲିପେ ଚାର୍ଟିଅର୍ ଉପରେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିନେଇଥିଲେ ।

Related posts

ଫେନେଷ୍ଟା ଓପନ ସେମିଫାଇନାଲରେ ଦଲବିନ୍ଦର ଏବଂ ଜଗମିତ୍

Odisha Sports Bureau

ଦଶନ୍ଧିର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଟେନିସ୍ ଗର୍ଲଙ୍କ ପ୍ରାଧାନ୍ୟ ବିସ୍ତାର

ସେମଫାଇନାଲ୍‌ରେ ଭାରତର ଶିବତେଜ ଶିର୍ଫୁଲେ ଏବଂ ମାୟା ରାଜେଶ୍ବରନ ରେବତୀ ପ୍ରବେଶ କରିଛନ୍ତି

Odisha Sports Bureau