Cricket

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଟେଷ୍ଟ୍ କ୍ରିକେଟରେ ଅଗ୍ନି ପରୀକ୍ଷା ଦେବେ ଅଷ୍ଟ୍ରେଲିଆର ୫ ନବାଗତ ଖେଳାଳି

ମେଲବର୍ନ: ବହୁ ପ୍ରତିକ୍ଷୀତ ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆନ ବୋର୍ଡ ଅଫ କ୍ରିକେଟ ତରଫରୁ ୫ ନବାଗତ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ଅଷ୍ଟ୍ରେଲିଆନ ଟେଷ୍ଟ ଅଧିନାୟକ ଟିମ୍ ପେନ୍ଙ୍କ ଦଳରେ ସାମିଲ ହୋଇଥିବା ୫ ନବାଗତ ଖେଳାଳି ମାନେ ହେଲେ ପ୍ରତିଭାବାନ ଯୁବ ତାରକା ସିନ୍ ଆବୋଟ୍ଟ, କ୍ୟାମେରୁନ ଗ୍ରିନ, ୱିଲ୍ ପକୋଭକ୍ସି, ମିଚେଲ ସ୍ମିପସନ୍ ଏବଂ ମାଇକେଲ ନାସେର । ସମସ୍ତ ଖେଳାଳିମାନେ ଫାସ୍ଟ କ୍ଲାସ କ୍ରିକେଟରେ ଚମକ୍ରାର ପ୍ରଦର୍ଶନ କରି ଟିମର୍ ମୂଖ୍ୟ ଚୟନକର୍ତ୍ତା ଟ୍ରେଭର ହନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

୨୦୧୮-୧୯ ମସିହାରେ ଭାରତ ଅଷ୍ଟ୍ରେଲିଆକୁ ମାତ ଦେଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇ ଥିବାରୁ ଏଥର ସିରିିଜ ଜିତିବା ଲକ୍ଷ ନେଇ ମୈଦାନକୁ ୱହ୍ଲାଇବ ଅଷ୍ଟ୍ରେଲିଆ ଦଳ । ପୂର୍ବ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ବାହୀନି ଅଷ୍ଟ୍ରେଲିଆକୁ ଘରେଇ ମାଟିରେ ମାତ ଦେଇଥିବା ବେଳେ ଏଥର ବିରାଟ ବାହୀନି କଣ କମାଲ ଦେଖୋଉଛି ତା ଉପରେ ସମସ୍ତଙ୍କ ନଜର ରହିବ ।

ଚୟନକର୍ତ୍ତାମାନେ ମଧ୍ୟ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଲାଗି ୧୯ ଜଣିଆ ଅଷ୍ଟ୍ରେଲିଆ ‘ଏ’ ଦଳ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳର ୯ ଜଣ ଖେଳାଳି ରହିଛନ୍ତି। ଚଳିତ ମାସ ୨୭ରୁ ଆରମ୍ଭ ହେଉଥିବା ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ପୂର୍ବରୁ ଦଳ ଘୋଷଣା କରିସାରିଛି।

ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳ: ଟିମ୍ ପେନ୍ (ଅଧିନାୟକ), ସିନ୍ ଆବୋଟ, ଜୋ ବର୍ନସ, ପ୍ୟାଟ୍ କମିନ୍ସ, କ୍ୟାମେରୁନ୍ ଗ୍ରିନ୍, ଜୋସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ମାର୍ନସ ଲବୁସାନେ, ନାଥନ ଲାୟନ, ମାଇକେଲ୍ ନାସେର, ଜେମ୍ସ ପାଟିନସନ୍, ୱିଲ୍ ପକୋଭକ୍ସି, ଷ୍ଟିଭେନ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମିଚେଲ ସ୍ବିପସନ୍, ମାଥ୍ୟୁ ୱାଦେ, ଡେଭିଡ୍ ୱାର୍ନର।

ଅଷ୍ଟ୍ରେଲିଆ ‘ଏ’ ଦଳ: ସିନ୍ ଆବୋଟ, ଆଷ୍ଟନ୍ ଆଗର, ଜୋ ବର୍ନସ, ଜ୍ୟାକସନ୍ ବାର୍ଡ, ଆଲେକ୍ସ କ୍ୟାରି, ହାରି କନୱେ, କ୍ୟାମେରୁନ୍ ଗ୍ରିନ୍, ମାର୍କସ ହାରିସ୍, ଟ୍ରାଭିସ୍ ହେଡ୍, ମୋଜେସ୍ ହେନରିକ୍ସ, ନିକ ମାଡିନସନ୍, ମିଚେଲ ମାର୍ସ (ଫିଟ୍ ଥିଲେ), ମିଚେଲ ନାସେର, ଟିମ୍ ପେନ୍, ଜେମ୍ସ ପାଟିନସନ୍, ୱିଲ ପକୋଭକ୍ସି, ମାର୍କ ଷ୍ଟେକେଟି, ୱିଲ୍ ସଦରଲାଣ୍ଡ, ମିଚେଲ ସ୍ବିପସନ୍।

Related posts

କୌଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ହେଡ କୋଚ ପାଇଁ ଅଫର ଦିଆଯାଇ ନାହିଁ; ବିସିସିଆଇ

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହାଇଦ୍ରାବାଦ

Odisha Sports Bureau

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

Odisha Sports Bureau