Tennis

ପ୍ରକାଶିତ ହେଲା ଏଟିପି ଫାଇନାଲ୍ସର ସୂଚିରେ ସ୍ଥାନ ପାଇଲେ ଏହି ଖେଳାଳି…

ପ୍ୟାରିସ : ଛଳିତ ବର୍ଷ ଶେଷ ସୁଦ୍ଧା ଏଟିପି ଫାଇନାଲ୍ସର ସୂଚୀ ପ୍ରସ୍ତୁତ କରାଯାଇଛି । ଏହି ସୂଚୀରେ ବିଶ୍ୱର ଶ୍ରେଷ୍ଠ ୮ ଜଣ ଖେଳାଳି ଭାଗ ନୋଉଥିବା ସୂଚନା ରହିଛି । ଭାଗ ନୋଉଥିବା ସମସ୍ତ ଖେଳାଳିଙ୍କୁ ଟୋକିଓ ୧୯୭୦ ଏବଂ ଲଣ୍ଡନ ୨୦୨୦ ନାମରେ ନାମିତ ୨ ଟି ଦଳରେ ବିଭକ୍ତ କରାଯାଇଛି । ୨ ଟି ଦଳର ଶ୍ରେଷ୍ଠ ଖେଳାଳି ଉଭୟଙ୍କୁ ଫାଇନାଲ୍ସରେ ଭେଟିବେ ।

ଟୋକିଓ ୧୯୭୦ ଦଳରେ ସର୍ବିଆର ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ, ଡାନିଏଲ୍ ମେଦଭେଦବ (ଚତୁର୍ଥ), ଆଲେକ୍ଜାଣ୍ଡର ଭେରଭ (ପଞ୍ଚମ) ଓ ଡିଏଗୋ ସ୍ବର୍ଜମ୍ୟାନ୍ (ଅଷ୍ଟମ)ଙ୍କ ସହ ରହିଛନ୍ତି। ଅନ୍ୟପଟେ ଲଣ୍ଡନ ୨୦୨୦ ଦଳରେ ଡୋମିନିକ ଥିମ୍ (ତୃତୀୟ), ଷ୍ଟିଫାନୋସ ସିସିପାସ (ଷଷ୍ଠ) ଓ ଆଣ୍ଡ୍ରେ ରୁବଲେଭ (ସପ୍ତମ)ଙ୍କ ସହ ରହିଛନ୍ତି। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍ର ରାଫେଲ ନାଦାଲ କଷ୍ଟସାଧ୍ୟ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି। ଅତିରିକ୍ତ ଭାବେ ଯଥାକ୍ରମେ ମାତିଓ ବର୍ତେନି, ଡେନିସ ସାପାଲୋଭା ଅଛନ୍ତି। ଯଦି କୌଣସି ଖେଳାଳି ଆହତ ଯୋଗୁଁ ବାଦ୍ ପଡ଼ନ୍ତି ତେବେ ଏମାନଙ୍କୁ ସୁଯୋଗ ମିଳିବ।

Related posts

ସରିଲା ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର

Odisha Sports Bureau

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau

ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ପ୍ରଜନେସକୁ ମିଳିଲା ପରାଜୟ

Odisha Sports Bureau