Cricket

ବିସିସିଆଇ ସିଲେକ୍ସନ କମିଟିରେ ଦେବାଶିଷ ମହାନ୍ତି

(ନୁଆଦିଲ୍ଲୀ): ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ଘୋଷଣା କରିଛି ବିସିସିଆଇ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ ଉପଦେଷ୍ଟା କମିଟି ଗୁରୁବାର ଭାରତୀୟ ପୂର୍ବତନ ପେସ ବୋଲର ଚେତନ ଶର୍ମାଙ୍କୁ ଜାତୀୟ ସିନିଅର ସିଲେକ୍ସନ ପ୍ୟାନେଲର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଛି । ତାଙ୍କ ନେତୃତ୍ୱାଧିନ ୫ ଜଣିଆ ଚୟନ କମିଟିରେ ସ୍ଥାନ ପାଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଓଡ଼ିଶାର ପୂର୍ବତନ ଖେଳାଳି ଦେବାଶିଷ ମହାନ୍ତି । ଦେବାଶିଷଙ୍କ ସମେତ ପୂର୍ବତନ ବୋଲର ଅଭୟ କରୁବିଲାଙ୍କୁ ମଧ୍ୟ ଚୟନ କମିଟିରେ ସ୍ଥାନ ମିଳିଛି । ସିଲେକ୍ସନ ପ୍ୟାନେଲରେ ପୂର୍ବତନ ଭାରତୀୟ ଖେଳାଳି ସୁନୀଲ ଯୋଶୀ ଓ ହରବିନ୍ଦର ସିଂ ମଧ୍ୟ ସ୍ଥାନ ପାଇଛନ୍ତି । ଚୟନକର୍ତ୍ତା ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ କ୍ରିକେଟ ଉପଦେଷ୍ଟା କମିଟି ।

Related posts

ପୁରୁଣା ଅନ୍ଦାଜରେ ‘ଦ ବେଷ୍ଟ ଫିନିସର’

Odisha Sports Bureau

ରାମ ସିୟା ରାମ ଗୀତରେ କେଶବଙ୍କ ଏଣ୍ଟ୍ରି, ଭିନ୍ନ ଅନ୍ଦାଜରେ ସ୍ୱାଗତ କଲେ ବିରାଟ

Odisha Sports Bureau

ବୋଲିଂ କୋଚ ରହିପାରନ୍ତି ଭାରତ ଅରୁଣ