Cricket

ବିଶ୍ୱ ଟେଷ୍ଟ ଚମ୍ପିଅନସିପକୁ ଘେରିଲା କଳା ବାଦଲ

ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିଅନସିପର ଫାଇନାଲ ମ୍ୟାଚକୁ ଢାଙ୍କିଛି ବର୍ଷାର କଳାବାଦଲ । ଫାଇନାଲ ମ୍ୟାଚର ଆଗାମୀ ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଆଜି ଏହି ଫାଇନାଲ ମ୍ୟାଚର ଆରମ୍ଭ ହେବାକୁ ଥିବା ବେଳେ ଏହାର ପ୍ରଥମ ସେସନକୁ ଧୋଇ ନେଇଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ ପାଇଁ ଟସ ମଧ୍ୟ ପଡିପାରି ନାହିଁ । ତେବେ କେବଳ ଆଜି ନୁହେଁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଏଠାରେ ବର୍ଷାର ସମ୍ଭାବନା ରହିଥିବାର ବ୍ରିଟିଶ ସରକାର ପୂର୍ବାନୁମାନ କରିଛି । ଯାହାଫଳରେ କଣ ହେବ ଏହି ଐତିହାସିକ ମ୍ୟାଚର ଫଳାଫଳ ଏ ନେଇ ଉଠିଛି ପ୍ରଶ୍ନ । ଯଦିଓ ଜୁନ ୨୩ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି, ସେଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି । ଏହାପରେ ଚିନ୍ତାରେ ପଡିଛନ୍ତି ଆୟୋଜକ ଏବଂ ଆଇସିସି । ତେବେ ମ୍ୟାଚ ବାତିଲ ହେଲେ ଉକ୍ଟୟ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ । ସୂଚନା ଥାଉକି, ଗତ ୨୦୧୩ ମସିହାରେ ଭାରତ ଶେଷ ଥର ପାଇଁ ଭାରଥ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ କୌଣସି ଆଇସିସି ଟ୍ରଫି ଜିତିଥିଲା ।

Related posts

ଦ୍ୱିତୀୟ ମ୍ୟାଚରେ ଫେରିବେ ଧୋନୀ

Odisha Sports Bureau

ଆଜି ୪ଟି ଦଳ ମଧ୍ୟରେ କଡା ଟକ୍କର, ଲକ୍ଷ୍ନୌକୁ ଗୁଜୁରାଟ ମୁହାଁ ମୁହିଁ ହେଉଥିବା ବେଳେ ମୁମ୍ବାଇକୁ ପଞ୍ଜାବ ମଧ୍ୟରେ ହେବ ଟକ୍କର

Odisha Sports Bureau

ବିଶାଖାପାଟଣା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲକାତା ରାଇଡର୍ସ

Odisha Sports Bureau