More Sports Tennis

ସାନିଆଙ୍କୁ GOLDEN VISA

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କୁ ମିଳିଛି ବଡ ଉପହାର । ନିଜ ଖେଳ ଦ୍ୱାରା ସାରା ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ସାନଆଙ୍କୁ ମିଳିଯାଇଚି ଗୋଲ୍ଡେନ ଭିସା । ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ UAE ର ଗୋଲ୍ଡେନ ଭିସା ପାଇଛନ୍ତି ସାନିଆ । ପରିଚୟ ଏବଂ ନାଗରିକତ୍ୱ ପାଇଁ ଗୋଲଲ୍ଡେନ ଭିସା ଦେଇଥିବା ଫେଡେରାଲ୍ ଅଥରିଟି ଶେଖ ମହମ୍ମଦ ବିନ୍ ରସିଦଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଗୋଲଡେନ୍ ଭିସା ମାଧ୍ୟମରେ ଜଣେ ୟୁଏଇରେ ୧୦ ବର୍ଷ ରହିପାରିବ । ତେଣୁ ସାନିଆ ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ରହିପାରିବେ। ପୂର୍ବରୁ ସାଧାରଣତଃ ବ୍ୟବସାୟୀ, ନିବେଶକ, ଡାକ୍ତର ଏବଂ ଅନ୍ୟାନ୍ୟ ସମାନ ବୃତ୍ତିର ଲୋକଙ୍କୁ ଏହି ଭିସା ଦିଆଯାଉଥିଲା । ପରେ ଏହାର ନିୟମ ପରିବର୍ତ୍ତନ କରାଯାଇଥିଲା । ତେବେ ଗୋଲ୍ଡେନ ଭିସା ପାଇବାରେ ସାନିଆ ତୃତୀୟ ଭାରତୀୟ ହୋଇଛନ୍ତି । ଏହା ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ଶାହାରୁଖ ଖାନଙ୍କୁ ଏହି ଭିସା ମିଳିସାରିଛି।

Related posts

ସାକ୍ଷି, ରାହୁଲ ଅୱରେ ଭାରତୀୟ ଟିମରେ ଶାମିଲ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି

‘ଉତ୍କଳ ଓପନ ଟେନିସ୍’ ଟୁର୍ଣ୍ଣାମେଣ୍ଟ: ଅଂଶୁ କୁମାର ଭୂୟାଁଙ୍କୁ ଡବଲ୍ ଟାଇଟଲ୍

Odisha Sports Bureau