Cricket

ଧୋନୀଙ୍କ ଧାକ୍କଡ ଫ୍ୟାନ

ଋାଞ୍ଚି: ଆସନ୍ତାକାଲି ଅଗଷ୍ଟ ୧୫ରେ ଧୋନୀଙ୍କ ସନ୍ନ୍ୟାସକୁ ବର୍ଷେ ପୁରୁଛି । ଇଣ୍ଟରନେସନାଲ କ୍ରିକେଟ ଜଗତରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଫ୍ୟାନ୍ସମାନଙ୍କ ମଧ୍ୟରେ କମିନି ତାଙ୍କର କ୍ରେଜ । କ୍ରିକେଟ ପେମୀ ମାନେ ତାଙ୍କୁ ଏବେ ବି ସେତିକି ଭଲ ପାଉଛନ୍ତି ଯେତିକି ପୂର୍ବରୁ ଥିଲା । ତିନୋଟି ଆଇସିସି ଟ୍ରଫି ଜିତିବା ପରେ ଏହା ମଧ୍ୟ ଧୋନୀଙ୍କ ପାଇଁ ଆଉ ଏକ ଅପୂର୍ବ ସଫଳତା । ତାଙ୍କ ଫ୍ୟାନ୍ସମାନେ ଏବେ ବି ତାଙ୍କୁ ଖୁବ ଭଲ ପାଉଛନ୍ତି । ଅନେକ ପ୍ରଶଂସକ ତାଙ୍କୁ ଖେଳ ଜଗତରେ ଭଗବାନ ବୋଲି ମାନନ୍ତି । ସେହିପରି ଜଣେ ପ୍ରଶଂସକ ହେଉଛନ୍ତି ହରିୟାଣାର ଅଜୟ ଗିଳ । ଧୋନୀଙ୍କର ସେ ହେଉଛନ୍ତି ଜଣେ ବଡ ପ୍ରଶଂସକ । ସେଥିପାଇଁ ମାହିଙ୍କୁ ଭେଟିବାକୁ ଦୀର୍ଘ ୧୪୩୬ କିଲୋମିଟର ଧାଇଁ ଆସିଛନ୍ତି ଅଜୟ ।


ହରିୟାଣାର ଜଲାନ ଖେଡା ବାସିନ୍ଦା ଅଜୟ । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ସେ ହେଉଛନ୍ତି ଜଣେ ବଡ ପ୍ରଶଂସକ । ତେଣୁ ମାହିଙ୍କୁ ଭେଟିବାକୁ ସେ ୧୪୩୬ କିଲୋମିଟର ବାଟ ଚାଲି ଚାଲି ଆସିଛନ୍ତି ରାଞ୍ଚି ସହରକୁ । ଏହି ଦୂରତା ଅତିକ୍ରମ କରିବା ପାଇଁ ତାଙ୍କୁ ୧୬ ଦିନ ଚାଲିବାକୁ ପଡିଥିଲା । ହାତରେ ତ୍ରିରଙ୍ଗା ଓ କାନ୍ଧରେ କ୍ରିକେଟ୍ କିଟ୍ ଧରି ହରିୟାଣାରୁ ରାଞ୍ଚିର ସିମଲିଆସ୍ଥିତ ଘର ପର୍ଯ୍ୟନ୍ତ ଆସିଥିଲେ ଧୋନୀଙ୍କୁ ଦେଖା କରିବାକୁ । କିନ୍ତୁ ଦୁର୍ଭାଗ୍ୟ ଯେ ଧୋନୀ ଏହି ସମୟରେ ରାଞ୍ଚରେ ନୁହେଁ ବରଂ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏି ଗସ୍ତରେ ବାହାରି ଯାଇଛନ୍ତି । କେବଳ ଏତିକି ନୁହେଁ । ଅଜୟ ମଧ୍ୟ ନିଜେ ଜଣେ କ୍ରିକେଟ ଖେଳାଳୀ । କିନ୍ତୁ ତାଙ୍କ ଆଦର୍ଶ ଖେଳାଳୀ କ୍ୟାପ୍ଟେନ କୁଲ ମାହି କ୍ରିକେଟରୁ ଅବସର ନେବା ପରେ ଅଜୟ ମଧ୍ୟ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି । ହେଲେ ଏବେ ସେ ପୁଣି ଖେଳ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି । ତେବେ ଧୋନୀଙ୍କ ଆର୍ଶୀବାଦ ନେଇ କ୍ରିକେଟ କ୍ୟାରିୟରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଚାହୁୁଁଛନ୍ତି ଅଜୟ ।

Related posts

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ରହିବେନି ଇଶାନ କିଷନ

ଆସିଲାଣି ଡାକରା, ଆଇପିଏଲ୍ ଅଧାରୁ ନିଜ ଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି

Odisha Sports Bureau

ବିଶ୍ୱକପ ପାଇଁ ଭାରତକୁ କାହିଁକି ଶ୍ରେୟସ୍ ଆୟରଙ୍କ ଭଳି ବିକଳ୍ପ ଖୋଜିବା ଉଚିତ?

Odisha Sports Bureau