Cricket

କପିଲଙ୍କୁ ଅତିକ୍ରମ କରିବେ ବୁମରାହ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମରାହ ପୂର୍ବତନ ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିବାର ରହିଛି ଯଥେଷ୍ଟ ସମ୍ଭାବନା । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ବୁମରାହ କପିଲ ଦେବଙ୍କ ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିପାରନ୍ତି । ଏହି ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କଲେ ସେ ୧୦୦ ୱିକେଟ ହାସଲ କରିବାରେ ଏକ ରେକର୍ଡ ସ୍ଥାପନ କରିପାରନ୍ତି । ୨୨ଟି ମ୍ୟାଚରେ ୯୫ଟି ୱିକେଟ ନେଇଥିବା ବୁମରାହ ଏବେ ଭଳ ଫର୍ମରେ ଅଛନ୍ତି । ତେବେ ସେ ଆସନ୍ତା ମ୍ୟାଚରେ ୫ଟି ୱିକେଟ ନେଲେ କପିଲ ଦେବଙ୍କ ରେକର୍ଡ ଭାଙ୍ଗିବେ । ଏହି ସଫଳତା ହାସଲ କରିବା ପାଇଁ କପିଲଙ୍କୁ ଲାଗିଥିଲା ୨୫ଟି ମ୍ୟାଚ । ତେବେ ବୁମରାହଙ୍କ ପାଖରେ ତାଙ୍କ ରେକର୍ଡକୁ ଭାଙ୍ଗିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

Related posts

ଅବସର ନେଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ଆର ଅଶ୍ୱିନ

Odisha Sports Bureau

ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି କେଏଲ ରାହୁଲ; କୋଚ୍ ଦ୍ରାବିଡ କହିଲେ କାରଣ

Odisha Sports Bureau

ଦକ୍ଷିଣ ଆଫ୍ରିକାର ଟେଷ୍ଟ ଅଧିନାୟକ ଭାବରେ ଧୋନିଙ୍କ ଅପେକ୍ଷା ବିରାଟ କୋହଲି ଅଧିକ ସଫଳ

Odisha Sports Bureau