More Sports

ଭାରତର ଅଷ୍ଟମ ପଦକ

ଜାପାନ: ଭାରତ ପାଇଁ ଗୋଟିଏ ପରେ ଗୋଟିଏ ଗୌରବ ଆଣୁଛନ୍ତି ଭାରତୀୟ ଆଥଲେଟ । ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ହାସଲ କରିଛି । ଏହାଦ୍ୱାରା ଭାରତ ଚଳିତ ପାରାଅଲିମ୍ପିକ୍ସର ଅଷ୍ଟମ ପଦକ ନିଜ ନାମରେ କରିଛି । ଏହି ପଦକ ଭାରତକୁ ଉପହାର ଦେଇଛନ୍ତି ଆଥଲେଟ ସିଂହରାଜ ଅଧାନା । ସୁଟିଂରେ ବ୍ରୋଞ୍ଚ ଜିତି ସିଂହରାଜ ଭାରତକୁ ଅଷ୍ଟମ ଭେଟି ଦେଇଛନ୍ତି । ପୁରୁଷ ୧୦ମିଟର ଏୟାର ପିସ୍ତଲ ଏସଏଫ-୧ ଇଭେଣ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ଗେମ୍ସରେ ଭାରତ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଫାଇନାଲ ମ୍ୟାଚରେ ୨୧୬.୮ ସ୍କୋର କରି ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ସିଂହରାଜ । ପୂର୍ବରୁ ମହିଳା ୧୦ ମିଟର୍ ରାଇଫଲ ଏସଏସ-୧ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାତେଇଥିଲେ ଅବନୀ ଲେଖାରା ।

Related posts

ଏନବିଏ ଖେଳୁଥିବା ପ୍ରଥମ ଭାରତୀୟ ସତ୍ୟନମ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ

Odisha Sports Bureau

ସ୍ୱର୍ଣ୍ଣ ପଦକ ଧରି ଭାରତ ମାଟିରେ ପାଦ ଦେଲେ ଦୂତୀ

Odisha Sports Bureau

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲିଙ୍କୁ ସ୍ୱର୍ଣ୍ଣ

Odisha Sports Bureau