More Sports

ଭାରତର ଅଷ୍ଟମ ପଦକ

ଜାପାନ: ଭାରତ ପାଇଁ ଗୋଟିଏ ପରେ ଗୋଟିଏ ଗୌରବ ଆଣୁଛନ୍ତି ଭାରତୀୟ ଆଥଲେଟ । ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ହାସଲ କରିଛି । ଏହାଦ୍ୱାରା ଭାରତ ଚଳିତ ପାରାଅଲିମ୍ପିକ୍ସର ଅଷ୍ଟମ ପଦକ ନିଜ ନାମରେ କରିଛି । ଏହି ପଦକ ଭାରତକୁ ଉପହାର ଦେଇଛନ୍ତି ଆଥଲେଟ ସିଂହରାଜ ଅଧାନା । ସୁଟିଂରେ ବ୍ରୋଞ୍ଚ ଜିତି ସିଂହରାଜ ଭାରତକୁ ଅଷ୍ଟମ ଭେଟି ଦେଇଛନ୍ତି । ପୁରୁଷ ୧୦ମିଟର ଏୟାର ପିସ୍ତଲ ଏସଏଫ-୧ ଇଭେଣ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ଗେମ୍ସରେ ଭାରତ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଫାଇନାଲ ମ୍ୟାଚରେ ୨୧୬.୮ ସ୍କୋର କରି ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ସିଂହରାଜ । ପୂର୍ବରୁ ମହିଳା ୧୦ ମିଟର୍ ରାଇଫଲ ଏସଏସ-୧ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାତେଇଥିଲେ ଅବନୀ ଲେଖାରା ।

Related posts

ଅସ୍ତ୍ରବିରତିକୁ ନେଇ ଭାରତ- ପାକିସ୍ତାନ ସହମତ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି

ଦୁତୀଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ, ପଞ୍ଜାବ ଜିତିଲା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ପ୍ରଥମ ଟାଇଟଲ୍