More Sports

ଭାରତକୁ ଦଶମ ପଦକ

ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ ମିଳିଛି ଦୁଇ ଦୁଇଟି ପଦକ । ଭାରତର ଆଥଲେଟ ମାରିଆପ୍ପାନ ଥାଙ୍ଗଭେଲୁ ଏବଂ ଶରଦ କୁମାର ଉଭୟ ଏହି ଇଭେଣ୍ଟରେ ଭାରତ ପାଇଁ ଦୁଇଟି ପଦକ ଆଣିଛନ୍ତି । ମାରିଆପ୍ପାନ ରୌପ୍ୟ ଏବଂ ଶରଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏମାନଙ୍କ ପଦକ ସହ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ତେବେ ଆଜି ଗୋଟିଏ ଦିନରେ ତିନୋଟି ଯାକ ପଦକ ଜିତିଛନ୍ତି ଭାରତୀୟ ଆଥଲେଟ । ଜାଭେଲିନରେ ସୁମିତ ସ୍ୱର୍ଣ୍ଣ ପଦକ ଏବଂ ହାଇ ଜମ୍ପରେ ମାରିୟପ୍ପନ ରୌପ୍ୟ ପଦକ ହାସଲ କରିଥିବା ବେଳେ ଶୁଟିଂରେ ସିଂହରାଜ ଏବଂ ହାଇ ଜମ୍ପରେ ଶରଦ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି ।

Related posts

ମ୍ୟାରିକମ୍‌ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍‌ ହାସଲ କରିଛନ୍ତି

Odisha Sports Bureau

ମାଲଦ୍ୱୀପକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ଭଲିବଲ୍ ଟିମ୍

Odisha Sports Bureau

ଟଏଲେଟରେ ଖାଇଲେ ଖେଳାଳି ,ଭିଡିଓ ଭାଇରଲ

Odisha Sports Bureau