Cricket

ସମ୍ମାନ ରଖିଲେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ, ବରଂ ବ୍ୟାଟିଂରେ କମାଲ ଦେଖାଇ ଭାରତକୁ ଏକ ବିପଦରୁ ପୁଣିଥରେ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି । ଏଥିସହ ଏକ ରେକର୍ଡର ମଧ୍ୟ ସେ ଅଧିକାରୀ ପାଲଟିଛନ୍ତି ।
ପ୍ରଥମେ ଘରୋଇ ଟିମ ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା । ତେବେ ଭାରତ ପୁଣି ଥରେ ତୃତୀୟ ମ୍ୟାଚର ସ୍ଥିତି ଦୋହରାଇଥିଲା । ପୁଣିଥରେ ଇଂଲଣ୍ଡର ବୋଲର ଭାରୀ ପଡିଥିଲେ ଭାରତୀୟ ଖେଳାଳୀଙ୍କ ଉପରେ । ସସ୍ତାରେ ଓପନର ରୋହିତ ଶର୍ମା ଏବଂ ରାହୁଲ ଆଉଟ ହେବା ପରେ ପୂଜାରାଙ୍କ ବ୍ୟାଟ ମଧ୍ୟ ପୁଣି ଥରେ ଶାନ୍ତ ରହିଥିଲା । ତେବେ ଅଧିନାୟକ ବିରାଟ କୋହଲୀ ଦଳର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେପଟେ ଜାଡେଜାଙ୍କୁ ଉପରେ ଖେଳାଇବାର ପ୍ଲାନ ବି ଫେଲ ମାରିଥିଲା । ରାହାଣେ ଏବଂ ପନ୍ତ ଆଉ ଥରେ ଭୁଲ ପ୍ରମାଣିତ କରିଥିଲେ ଚୟନକର୍ତ୍ତାଙ୍କ ଆଶା ଓ ବିଶ୍ୱାସକୁ । ଏହାପରେ କିନ୍ତୁ ପଡିଆରେ ଆସିିଥିଲା ଏକ ବିରାଟ ଝଡ । ଏହି ଝଡର ନାଁ ଥିଲା ଶାର୍ଦ୍ଦୁଳ ଠାକୁର । ବିରାଟ, ରୋହିତ ଏବଂ ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଇଂଲଣ୍ଡ ଦଳ ଅଙ୍କ କଷିଥିବା ବେଳେ ହଠାତ ସିଲାବସ ବାହାରୁ ଆସିଥିଲେ ଲର୍ଡ ଶାର୍ଦ୍ଦୁଳ । ଟେଷ୍ଟ ମ୍ୟାଚରେ ତାଙ୍କ ଖେଳର ଅନ୍ଦାଜ ଥିଲା ଟ-ଟ୍ୱେଣ୍ଟି ପ୍ରକାରର । ମାତ୍ର ୩୨ଟି ବଲରେ ସେ ନିଜର ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡରେ ନିଜ ନାମକୁ ଯୋଡିଥିଲେ । ଇଂଲଣ୍ଡରେ ଟେଷ୍ଟ କ୍ରିକେଟରେ ଏହା ହେଉଛି ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ । ସମସ୍ତଙ୍କୁ ପଛରେ ପକାଇ ସେ ଏହି ରେକର୍ଡରେ ପ୍ରଥମ ହୋଇଛନ୍ତି । ଅର୍ଦ୍ଧଶତକ ପାଳି ଭିତରେ ସେ ବଲକୁ ୯ ଥର ବାଉଣ୍ଡ୍ରି ବାହାରକୁ ପଠାଇଥିଲେ । ୬ଟି ଚୌକା ଏବଂ ତିନୋଟି ଛକ୍କା ସହ ସେ ନିଜର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ ।


ପ୍ରଥମ ଇନିଂସରେ ମାତ୍ର ୩୬ଟି ବଳ ଖେଳି ଦଳ ତରଫରୁ ୫୭ ରନର ପାଳି ଖେଳିଥିଲେ । ଯେଉଁଥିରେ ସାମିଲ ଥିଲା ୭ଟି ଚୌକା ଏବଂ ୩ ଟି ଛକ୍କା । ଏହି ପାଳି ବ୍ୟତୀତ ଉମେଶ ଯାଦବଙ୍କ ସହିତ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଖେଳିଥିଲେ ଯାହା ଭାରତକୁ ଶେଷ ସମୟରେ ୧୯୧ ରନ ପର୍ଯ୍ୟନ୍ତ ପହଞ୍ଚାଇଛି । ଶାର୍ଦ୍ଦୁଳଙ୍କ ବ୍ୟତୀତ ବିରାଟ ୫୦ ରନ କରିଥିଲେ । ଏ ଦୁଇ ଖେଳାଳୀଙ୍କ ବ୍ୟତୀତ ଅନ୍ୟ କେହି ଭଲ ପାଳି ଖେଳି ପାରି ନଥିଲେ । ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୫୩-୩ ଥିଲା ।

Related posts

ବିଶ୍ୱ କ୍ରିକେଟର ସବୁଠାରୁ ରାଗି ଖେଳାଳି

Odisha Sports Bureau

ଏସଆ କପରେ କାହିଁକି ଚୟନ ହେଲନି ୟୁଜବେନ୍ଦ୍ର ଚହଲ? , କଣ କହିଲେ ରୋହିତ

Odisha Sports Bureau

ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍‌

Odisha Sports Bureau