Cricket

ମ୍ୟାଚ ମଝିରେ ରାହୁଲଙ୍କୁ ଝଟକା

ଓଭାଲ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଓପନର ଲୋକେଶ ରାହୁଲଙ୍କୁ ଆଇସିସି ତରଫରୁ ଏକ ଶକ୍ତ ଝଟକା ଲାଗିଛି । ମ୍ୟାଚର ପଞ୍ଚମ ତଥା ଶେଷ ଦିନ ଚାଲୁ ରହିଥିବା ବେଳେ ରାହୁଲଙ୍କୁ ଏହି ଝଟକା ଦେଇଛି ଆଇସିସି । ମ୍ୟାଚର ୧୫ ପ୍ରତିଶତ ଫି କାଟ ହେବା ପାଇଁ ଆଇସିସି ନିଷ୍ପତ୍ତି ଶୁଣାଇଛି । ଚତୁର୍ଥ ମ୍ୟାଚର ଦ୍ୱିତୀୟ ଇନିଂସରେ ରାହୁଲଙ୍କ ୱିକେଟକୁ ନେଇ ବିବାଦ ଦେଖାଦେଇଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ନିଜେ ରାହୁଲ । ଯାହା ତାଙ୍କୁ ଏବେ ମହଙ୍ଗା ପଡିଛି । ମ୍ୟାଚ ଫି’ ର ୧୫ ପ୍ରତିଶତ କାଟିବା ପାଇଁ ଆଇସିସି ତରଫରୁ ନିଷ୍ପତ୍ତି ନିଆଯାଇଛି ।


ମ୍ୟାଚର ୩୪ତମ ଓଭରରେ ରାହୁଲଙ୍କୁ କ୍ୟାଚ ଆଉଟ ଦେବା ପରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ରାହୁଳ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଏହାଦ୍ୱାରା ଆଇସିସିର ୨.୮ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗରେ ତାଙ୍କର ୧୫ ପ୍ରତିାତ ମ୍ୟାଚ ଫି କଟାଯାଇଛି । ଏଥିସହିତ ଅନୁଶାସନାତ୍ମକ ରେକର୍ଡରେ ତାଭ୍କ ନାମରେ ଆଉ ଏକ ଡିମେରିଟ ଅଙ୍କ ଯୋଡି ହୋଇଛି । ରାହୁଲ ଏହି ଜରିମାନାକୁ ସ୍ୱିକାର କରି ନେଇଥିବାରୁ ଏନେଇ କୌଣସି ଔପଚାରିକ ଶୁଣାଣି ହେବ ନାହିଁ । ତେବେ ଭତ ୨ ବର୍ଷ ମଧ୍ୟରେ ଏହା ହେଉଛି ରାହୁଲଙ୍କର ପ୍ରଥମ ଭୁଲ ।

Related posts

ଟେଷ୍ଟ ପୂର୍ବରୁ ଭାରତ ଫେରିଲେ ବିରାଟ

Odisha Sports Bureau

ଶାର୍ଦୁଲ ଏବଂ ଅକ୍ଷରଙ୍କ ଦମଦାର ବ୍ୟାଟିଂ, ଆଇପିଏଲର ସବୁଠୁ ବଡ଼ ସ୍କୋର କଲା ଦିଲ୍ଲୀ

Odisha Sports Bureau

ସୁପର–୮ରେ ଭାରତକୁ ଝଟକା, ସେମି ରେସ୍ ଜଟିଳ

Odisha Sports Bureau