Cricket

କମବ୍ୟାକ ପରେ ଅଶ୍ୱିନଙ୍କ ଟ୍ୱିଟ ଭାଇରାଲ

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ପାଇଁ ଘୋଷିତ ହୋଇଛି ଭାରତୀୟ ଟି-ଟ୍ୱେଣ୍ଟି ଦଳ । ବିସିସିଆଇର ସମ୍ପାଦକ ଜୟ ଶାହା ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକରେ ଏହି ଟିମ ଗଠନ କରାଯାଇଛି । ଏହି ଦଳରେ ଦୀର୍ଘ ୪ ବର୍ଷ ପରେ ସିମୀତ ଓଭର କ୍ରିକେଟ ଦଳକୁ କମବ୍ୟାକ କରୁଛନ୍ତି ଭାରତର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ବିଶ୍ୱକପ ପାଇଁ ଚୟନ ହେବା ପରେ ଅଶ୍ୱିନଭ୍କର ଏକ ଟ୍ୱିଟ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଟ୍ୱିଟରେ ଅଶ୍ୱିନ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖାଯାଇଛି ଯେ, ସବୁ ଅନ୍ଧକାର ଗଳିର ଶେଷରେ ଏକ ଆଲୋକର କିରଣ ଥାଏ । ସେ ଏହି ଆଲୋକକୁ ଦେଖିବା ପାଇଁ ଜୀବିତ ରହିଥାନ୍ତି । ଏହହି ଉକ୍ତିଟି ସେ ୨୦୧୭ ମସିହାରେ ଲେଖିଥିଲେ ବୋଲି ସୂଚନା ଦେଇଛନ୍ତି । ତେବେ ଏହା ପୂର୍ବରୁ ସେ ଅନେକ ଥର ଡାଏରୀ ଏହି ଉକ୍ତିଟିକୁ ଉଲ୍ଲେଖ କରିସାରିଛନ୍ତି । ଦଳରେ ଚୟନ ହେବା ପରେ ତାଭ୍କ ସହ ତାଭ୍କର ପ୍ରଶଂସକମାନେ ମଧ୍ୟ ଖୁବ ଖୁସି ବ୍ୟକ୍ତ କରିଛନ୍ତି ।
ଅଶ୍ୱିନଙ୍କ ସମେତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଏହି ବିଶ୍ୱକପରେ ଦଳକୁ ଏକ ନୂଆ ରୂପରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଦଳର ମେଣ୍ଟର ଭାବେ ଧୋନୀ ଏହି ବିଶ୍ୱକପରେ ଭାରତୀୟ ଦଳ ସହ ଯୋଡି ହୋଇ ରହିବେ ।

Related posts

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨: ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

Odisha Sports Bureau

ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ହାତରେ ଆଘାତ

Odisha Sports Bureau

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

Odisha Sports Bureau