Cricket

ବାତିଲ ହେବ ମାଞ୍ଚେଷ୍ଟର ଟେଷ୍ଟ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ଶେଷ ମ୍ୟାଚରେ ବିଜୟ ହାସଲ କରି ଇତିହାସ ରଚିବା ପାଇଁ ଯୋଜନା କରୁଛି ୨-୧ରେ ସିରିଜରେ ଆଗୁଆ ଥିବା ବିରାଟ ସେନା । ଘରୋଇ ଦଳ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚରେ ପ୍ରତ୍ୟାପର୍ତ୍ତନ ସହ ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛି । ତେବେ ଏଭଳି ଏକ ରୋମାଞ୍ଚକର ମ୍ୟାଚରେ ଆଶଙ୍କା ସୃଷ୍ଟି କରିଛି ବର୍ଷା ଏବଂ କୋରୋନା ସଂକ୍ରମଣ । ତେବେ ଖେଳାଳୀମାନଙ୍କ ମଧ୍ୟରେ ସମସ୍ତଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି । ଦଳର ପିଜିଓ ଯୋଗେଶ ପରମାର କୋରୋନାରେ ସଂକ୍ରମିତ ହେବା ପରେ ମ୍ୟାଚ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ତାଙ୍କ ପୂର୍ବରୁ କେଚ ରବି ଶାସ୍ତ୍ରୀ, ଅରୁଣ ଏବଂ ଶ୍ରୀଧରଙ୍କ ରିରପୋର୍ଟ ପଜିଟିଭ ଆସିଥିଲା । ୫ ଜଣ କୋଚିଂ ଷ୍ଟାଫ ସଦସ୍ୟ କୋରୋନାରେ ଆକ୍ରାନ୍ତ ହେବା ପରେ କେବଳ ବ୍ୟାଟିଂ କୋଚ ବିକ୍ରମ ରାଠୋର ଦଳର ଦାୟୀତ୍ୱ ସମ୍ଭାଳୁଛନ୍ତି ।
ଏହା ବ୍ୟତୀତ ପଞ୍ଚମ ଟେଷ୍ଟରେ ବର୍ଷାର ପ୍ରଭାବ ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ରହିବ । ୫ ଦିନର ଖେଳ ମଧ୍ୟରେ ୨ ଦିନ ବର୍ଷା ପାଇଁ ଖେଳ ବାଧାପ୍ରାପ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଟସ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇପାରନ୍ତି ।

Related posts

ଅଷ୍ଟ୍ରେଲିଆକୁ ଝଟକା: ଗୋଲ୍ଫ କୋର୍ଟରୁ ଖସିଲେ ମ୍ୟାକ୍ସୱେଲ, ଇଂଲଣ୍ଡ ବିପକ୍ଷରେ ଖେଳିବେନି

Odisha Sports Bureau

ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

Odisha Sports Bureau

୬ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍ ଜିତିଲା ଦ୍ୱିତୀୟ ଦିନିକିଆ ମ୍ୟାଚ୍