Cricket

ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି

ଦୁବାଇ: ଆଇପିଏଲକୁ ନେଇ ଆସିଲା ଖୁସି ଖବର । ଆସନ୍ତା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ମିଳିବ ଅନୁମତି । ଏଣିକି ଷ୍ଟାଡିୟମରେ ବସି ଦର୍ଶକ ଉପଭୋଗ କରିପାରିବେ ପିଶ୍ୱର ସବୁଠୁ ବଡ ଟି-ଟ୍ୱେଣ୍ଟି ଲିଗ ଆଇପିଏଲ । ଗତ ଦୁଇ ବର୍ଷ ଧରି ଚାଲିଥିବା ଧାରରେ ଲାଗିବ ବ୍ରେକ । ପୁଣି ଷ୍ଟାଡିୟମରେ ଲାଗିବ ଖଚାକଚ ଭିଡ । ଆଉ ଖାଲି ଷ୍ଟାଡିୟମରେ ଖେଳାଯିବନି ମ୍ୟାଚ । ଆସନ୍ତା ୧୯ ତାରିଖରୁ ହେବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ ମ୍ୟାଚରୁ ଦର୍ଶକମାନଙ୍କୁ ପୁଣି ଷ୍ଟାଡିୟମ ଭିତରକୁ ଅନୁମତି ଦିଆଯିବ । ଏ ନେଇ ଆଇପିଏଲ ନିଜର ଟ୍ୱିଟର ହ୍ୟାଣ୍ଡଲରେ ଘୋଷଣା କରିଛି ।
ଗତବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲ ସହିତ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ମଧ୍ୟ ବିନା ଦର୍ଶକରେ ଖେଳାଯାଇଥିଲା । ୨୦୧୯ ଆଇପିଏଲ ସିଜନ ପରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ବସି ଦର୍ଶକ ଆଇପିଏଲ ମ୍ୟାଚ ଉପଭୋଗ କରି ପାରିବେ । ତେବେ ଏଥି ପାଇଁ ଆସନ୍ତା କାଲିଠା(ସେପ୍ଟେମ୍ବର ୧୬)ରୁ ଆଇପିଏଲର ସାଇଟ www.iplt20.com ଏବଂ PlatinumList.net ରେ ଟିକେଟ ବୁକିଂ କରିପାରିବେ । ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ୟୁଏଇର ସାରଜାହ, ଦୁବାଇ ଏବଂ ଆବୁଧାବିରେ ଖେଳାଯିବ ।

Related posts

ଶ୍ରୀଲଙ୍କା ଗସ୍ତ ପୂର୍ବରୁ କୋଚଙ୍କ ବଡ ମନ୍ତବ୍ୟ

Odisha Sports Bureau

୬ ବର୍ଷ ପୂର୍ବେ ବାପାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେ ନିତିଶ

Odisha Sports Bureau

ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ କାମ କରିବାକୁ ପଡ଼ିବ: ଗାଙ୍ଗୁଲି

Odisha Sports Bureau