Cricket

ଫାଇନ ଦେବେ ସୌରଭ ଗାଙ୍ଗୁଲି

କୋଲକାତା: କ୍ରିକେଟ ଜଗତର ଦାଦା ଅର୍ଥାତ ସୌରଭ ଗାଙ୍ଗୁଲିଙ୍କୁ ପଡିଛି ଜରିମାନା । ନିୟମ କାନୁନକୁ ଉଳ୍ଲଙ୍ଘନ କରିବର ଅଭିଯୋଗ ଆସିଛି ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାମରେ । ହାଇକୋର୍ଟରେ ପିଆଇଏଲରେ ଫାଇଲ କରାଯାଇଥିଲା । ଏହାପରେ କୋଲକାତାର ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି । ତାଙ୍କ ବ୍ୟତୀତ ପଶ୍ଚିମବଙ୍ଗ ସରକାର ଏବଂ ନଗର ନିର୍ମାଣ ଉପରେ ମଧ୍ୟ ଜରିମାନା ଲଗାଇଛନ୍ତି ହାଇକୋର୍ଟ ।
କୋଚିଂ ଦେବା ପାଇଁ ରାଜ୍ୟ ସରକାର ନ୍ୟୁ ଟାଉନ ଅଞ୍ଚଳରେ ସମସ୍ତ ନିୟମ କାନୁନ ଭଙ୍ଗ କରିଥିବା ଅଭିଯୋଗ ଆସିଛି । ସମସ୍ତ ନିୟମକୁ ଅତିକ୍ରମ କରି ଜମି ଯୋଗାଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହେବା ପରେ ଏହି ୨ ଏକର ଜମିକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ ଅରିଜିତ ବାନାର୍ଜୀ ।
ସର୍ବଦା ଦେଶ ଖେଳାଳୀମାନଙ୍କ ସହ ରହିଛି । ଭାରତର ପୂର୍ବଦନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି । କିନ୍ତୁ ସମ୍ବିଧାନ ଏବଂ କାନୁନ ଆଗରେ ସମସ୍ତେ ସମାନ । ତେବେ ଏହି ମାମଲାକୁ ନେଇ ୨୦୧୬ରେ କୋର୍ଟରେ ଆବେଦନ ହୋଇଥିଲା । ଏହାପରେ ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ଏବଂ ନଗର ବିକାଶ ନିଗମ ଉପରେ ୩୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ମାନ୍ୟବର ହାଇକୋର୍ଟ ।

Related posts

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ

Odisha Sports Bureau

ଶାର୍ଦୁଲ ଏବଂ ଅକ୍ଷରଙ୍କ ଦମଦାର ବ୍ୟାଟିଂ, ଆଇପିଏଲର ସବୁଠୁ ବଡ଼ ସ୍କୋର କଲା ଦିଲ୍ଲୀ

Odisha Sports Bureau

ଭାରତୀୟ ଟିମକୁ ଏବେ ମିଳିଛି ନୂଆ ବୋଲିଂ କୋଚ

Odisha Sports Bureau