Hockey

୪-୧ରେ ହାରିଲା ଇଜିପ୍ଟ

ଭୁବନେଶ୍ୱର: ମାତ୍ର ଗୋଟିଏ ଗୋଲରେ ଇଜିପ୍ଟକୁ ମାତ ଦେଇଛି ଚିଲି । ଶେଷ ମୁହୂର୍ତ୍ତରେ ରାଇମୁଣ୍ଡୋ ଭାଲେଞ୍ଜୁଏଲା ଗୋଲ ଦେଇ ଦଳକୁ ବିଜୟୀ କରାଇଛନ୍ତି । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଏହି ଗୋଲ ଦେଇଥିଲେ । ଏହି ମ୍ୟାଚରେ ଡାନିଏଲ ବେରୋଗୀ ପ୍ଲେୟର ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି । ଅନେକ ସୁଯୋଗ ସତ୍ତେ୍ୱ ମ୍ୟାଚକୁ ଏକ ବଡ ସ୍କୋରିଂ ମ୍ୟାଚରେ ପରିବର୍ତ୍ତନ କରିବାରେ ବିଫଳ ହୋଇଥିଲେ ଉଭୟ ଦଳ । ଏହା ସହିତ ଅନେକ ପେନାଲ୍ଟି ସଯୋଗ ମଧ୍ୟ ସେମାନେ ହାତଛଡା କରିଛନ୍ତି ।

ମ୍ୟାଚରେ ବିଜୟ ପରେ ସୁଦ୍ଧା ଏଥିରେ ସନ୍ତୁଷ୍ଟ ନଥିବା କହିଛନ୍ତି ନିକୋଲାସ ଅବୁଜାତୁମ । “ଆମେ ମ୍ୟାଚରେ ଅନେକ ସ୍କୋରର ସୁଯୋଗ ହରାଇଛୁ। ଆମେ ଅଧିକ ଗୋଲ୍ ସ୍କୋର କରିପାରିଥାନ୍ତେ । ତେବେ ଏହା ଏକ ଆଶ୍ଚର୍ୟ୍ୟଜନକ ଟୁର୍ଣ୍ଣାମେଣ୍ଟ ଥିଲା ଏବଂ ଆମର ଯୁବକମାନେ ବହୁତ କିଛି ଶିଖିଥିବା ନିକୋଲାସ କହିଛନ୍ତି” ।

Related posts

ଚମକୁଛି ନୀରଜଙ୍କ ଭାଗ୍ୟ

Odisha Sports Bureau

ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଏଲଭିରା ବ୍ରିଟୋଙ୍କ ଦେହାନ୍ତ

Odisha Sports Bureau

ହକି ବିଶ୍ୱକପ: ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲେ ଓଡିଶା ସରକାର

Odisha Sports Bureau

Leave a Comment