Cricket

ଭାରତ ଉପରେ ଭାରି ପଡିଲେ ଭାରତୀୟ ବଂଶୋଦ୍ଭବ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩୨୫ ରନରେ ଅଟକିଛି ଟିମ ଇଣ୍ଡିଆ । କେବଳ ଓପନର ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ୩୧୧ ବଲ ଖେଳି ମୟଙ୍କ ବ୍ୟକ୍ତିଗତ ୧୫୦ ରନ ସଂଗ୍ରହ କରିଥିଲେ । ଫଳରେ ଭାରତ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ତେବେ ଏହି ମ୍ୟାଚରେ ମୟଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳୀ ୟେଫଲ ମାରିଥିଲେ ସୁଦ୍ଧା ଜଣେ ଭାରତୀୟଙ୍କ ଦବଦବା ରହିଥିଲା । କିନ୍ତୁ ଭାରତୀୟ ହେଲେ ମଧ୍ୟ ଭାରତ ତରଫରୁ ନୁହେଁ ବରଂ ଖେଳୁଛନ୍ତି ଭାରତ ବିପକ୍ଷରେ । ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ।

ଭାରତୀୟ ବଂଶୋଦ୍ଭବ ପଟେଲ ଭାରତୀୟ ଟିମର ୧୦ଟି ଯାକ ୱିକେଟ ଅକ୍ତିଆର କରିଛନ୍ତି । ଏହି କାର୍ଣ୍ଣାମା ସହ ଅନିଲ କୁମ୍ବଲେଙ୍କ ସହ ସେ ସମକକ୍ଷ ହୋଇଛନ୍ତି । ମୁମ୍ବାଇ ଟେଷ୍ଟର ପ୍ରଥମ ପାଳିରେ ଟିମ ଇଣ୍ଡିଆର ସମସ୍ତ ଖେଳାଳୀଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ଏଜାଜ ପଟେଲ ।

IND vs NZ 2nd Test: Azaz Patel creates history, equals Anil Kumble record  of taking 10 wickets in innings
ଏହି ନିଆରା ରେକର୍ଡ କରିବାରେ ଏଜାଜ ପଟେଲ୍ ହେଉଛନ୍ତି ବିଶ୍ୱର ତୃତୀୟ କ୍ରିକେଟର । ଏହାପୂର୍ବର୍ରୁ ୧୯୫୬ ମସିହାରେ ଇଂଲଣ୍ଡର ଜିମ ଲେକର ଗୋଟିଏ ଇନିଂସରେ ୧୦ଟି ୱିକେଟ ନେଇ ଇତିହାସ ରଚିଥିଲେ । ପରେ ୧୯୯୯ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୧୦ରୁ ୧୦ ୱିକେଟ ହାତେଇ ଥିଲେ ଭାରତୀୟ ସ୍ପିନର ଅନୀଲ କୁମ୍ବଲେ । ମାତ୍ର ୭୪ ରନ୍ ଦେଇ ଏହି ସଫଳତା ହାସଲ କରିଥିଲେ ଅନୀଲ । ଆଉ ଏଭଳି ରେକର୍ଡ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ କୁମ୍ବଲେ । ଆଉ ଏବେ ଭାରତୀୟ ବଂଶୋଦ୍ଭବ ତଥା ନ୍ୟୁଜିଲାଣ୍ଡ ଖେଳାଳି ଏଜାଜ୍ ଏହି ତାଲିକାରେ ନିଜ ନାମ ସାମିଲ୍ କରିଛନ୍ତି।

Related posts

କାର ଉପରେ ସ୍ପାଇଡର ମ୍ୟାନ ପୋଜ ଦେଲେ ଶୁଭମନ ଗିଲ୍

୨୦ କିଲୋ ଓଜନ କମାଇଲେ ଟିମ୍‌ରେ ନେବି

Odisha Sports Bureau

ଧୋନି ନେଇପାରନନ୍ତି ଆଇପିଏଲରୁ ସନ୍ନ୍ୟାସ!