Hockey

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ଅଲ ଇଣ୍ଡିଆ ପୋଲିସ ମହିଳା ହକିରେ ଓଡିଶା ପୋଲିସର ସଫଳତା । ମହାରାଷ୍ଟ୍ରକୁ ହରାଇ ଟିମ ହାସଲ କଲା ବ୍ରୋଞ୍ଜ । ୬-୦ରେ ଏକତରଫା ବିଜୟ ହାସଲ କରିଛି ଟିମ ।

ବେଙ୍ଗଲୁରୁରେ ଆୟୋଜିତ ହେଉଥିବା ଅଲ ଇଣ୍ଡିଆ ପୋଲିସ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଓଡିଶା ପୋଲିସ ବ୍ରୋଞ୍ଜ ପଦକ ହାସଲ କରିଛି । ଆଜି ଓଡିଶା ପୋଲିସ ଏବଂ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହିି ମ୍ୟାଚ । ମ୍ୟାଚରେ ୬-୦ ଗୋଲରେ ଏକତରଫା ଭାବରେ ବିଜୟଲାଭ କରିଛି ଓଡିଶା ପୋଲିସ । ମ୍ୟାଚରେ ବିଜୟ ପରେ ବିଭିନ୍ନ ମହଲରୁ ଓଡିଶା ପାଲିସ ଏବଂ ମହିଳା ହକି ଖେଳାଳୀମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related posts

ହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କର

Odisha Sports Bureau

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

Odisha Sports Bureau

ଓଡିଶାକୁ ଫେରିଲା HOCKEY

Odisha Sports Bureau