Cricket

ପାକିସ୍ତାନର କ୍ରିକେଟ ଚକ୍ରାନ୍ତ

ନୂଆଦିଲ୍ଲୀ: ଭାରତ ସହ ମ୍ୟାଚ ଖେଳିବା ପାଇଁ ଚକ୍ରାନ୍ତ କରୁଛି ପାକିସ୍ତାନ । ୪ଟି ଦେଶକୁ ନେଇ ଆୟୋଜନ ହେବ ଏକ ସିରିଜ । ଏ ନେଇ ସୂଚନା ଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ମୁଖ୍ୟ ରମିଜ ରାଜା । ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ଏହି ସିରିଜ ଆୟୋଜନ କରିବାକୁ ପ୍ରସ୍ତାବ ରଖିଛନ୍ତି ରମିଜ ।
ଭାରତ ଏବଂ ପାକିସ୍ତାନ ବିପକ୍ଷରେ ଶେଷ ଥର ପାଇଁ ୨୦୧୨-୧୩ରେ ଖେଳାଯାଇଥିଲା ଘରୋଇ ସିରିଜ । ଏହାପରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କାରଣରୁ ସୃଷ୍ଟି ହୋଇଥିଲା ବିବାଦ । ଯାହାର ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ବାରମ୍ବାର ଯୋଜନା ସତ୍ତେ୍ୱ ସିରିଜ ଆୟୋଜନ ହୋଇ ପାରିନାହିଁ । ଏବେ କିନ୍ତୁ ପରିସ୍ଥିତି ବଦଳିଛି । ତେଣୁ ଦୀର୍ଘ ବର୍ଷ (୧୯୯୮) ପରେ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରି ସିରିଜ ଖେଳିବାକୁ ଯାଉଛି ।

Related posts

ରେକର୍ଡ ପରେ ରେକର୍ଡ କରିଲା ଇଣ୍ଡିଆ ଟିମ

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଏତେ ସମ୍ବେଦନଶୀଳ ହେବାର ଆବଶ୍ୟକତା ନଥିବା କହିଲେ କୋର୍ଟ

ସିଡନୀ ଟେଷ୍ଟ: ୩୩୮ରେ ଅଷ୍ଟ୍ରେଲିଆର ଅଲ୍ ଆଉଟ୍, ଜାଡେଜାଙ୍କୁ ୪ ୱିକେଟ

Odisha Sports Bureau