Cricket

ଆସିଲା ଟି-୨୦ ବିଶ୍ୱକପ ଖେଳସୂଚୀ

ନୂଆଦିଲ୍ଲୀ: ଜାରି ହୋଇଛି ଆଇସିସି ଟି-୨୦ ବିଶ୍ୱକପର ଖେଳସୂଚୀ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଲିଷ୍ଟ ରେଡି କରିଛି ଆଇସିସି । ୨୦୨୧ ସିଜନରେ ଚମ୍ପିଆନ ମୁକୁଟ ପିନ୍ଧିଛି ଟିମ ଅଷ୍ଟ୍ରେଲିଆ । ତେଣୁ ୨୦୨୨ରେ ବିଶ୍ୱକପ ଅଷ୍ଟ୍ରେଲିଆରେ ଆୟୋଜିତ ହେଉଛି ତେବେ ଦଳର ଅଧ୍ଖଳ ଦବଦବା ରହିବ ବୋଲି ଆଶା ରହିଛି ।

 

ଆଜି ସକାଳୁ ଏହି ସୂଚୀ ଜାରି କରିଛି ଆଇସିସି । ଅକ୍ଟୋବର ୧୬ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ୨୨ ତାରିଖରୁ ସୁପର ଲିଗ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ ଖେଳିବେ ଆୟୋଜକ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ । ତେବେ ରୋମାଞ୍ଚ ଭରିବ ୨୩ ତାରିଖରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ । ଉଭୟ ଦଳ ଏହି ମ୍ୟାଚରୁ ନିଜ ଯାତ୍ରା ଆରମ୍ଭ କରିବେ । ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଏବଂ ଅନ୍ୟ ଦୁଇ କ୍ୱାଲିଫାୟାର ଟିମ୍ ଗୋଟିଏ ଗ୍ରୁପରେ ରହିବେ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ନଭେମ୍ବର ୨୩ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ ଓ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମ୍ୟାଚ୍ ଆୟୋଜନ ହେବ ।

ଗ୍ରୁପ୍-୧-ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଆଫାଗାନିସ୍ତାନ
ଗ୍ରୁପ-୨- ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ

Related posts

ହାତକୁ ଦି ହାତ ‌ହେଲେ ଏହି ଷ୍ଟାର କ୍ରିକେଟର

ଶ୍ରୀଲଙ୍କା ବିସ୍ଫୋରଣ ଘଟଣାରେ କିକ୍ରେଟ ଜଗତର ନିନ୍ଦା

Odisha Sports Bureau

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ

Odisha Sports Bureau