Cricket

ନୂଆ ‘ଲୋଗୋ’ ଜାରି କଲା ଗୁଜୁରାଟ ଟାଇଟନ୍ସ, ଉନ୍ମୋଚନ କଲେ ନେହେରା, ପାଣ୍ଡ୍ୟା ଓ ଶୁଭମନ

ବ୍ୟୁରୋ : ଆଇପିଏଲ୍ର ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ ପକ୍ଷରୁ ଥ୍ରୀଡି ଭର୍ଚୁଆଲ୍ ୱର୍ଲ୍ଡ ନେଟୱାର୍କ ‘ମେଟାଭର୍ସ’ରେ ଦଳର ଲୋଗୋ ଉନ୍ମୋଚନ କରାଯାଇଛି । ମେଟାଭର୍ସରେ ପ୍ରସ୍ତୁତ ହୋଇଥିବା ‘ଦ ଟାଇଟନ୍ସ ଡଗ୍ଆଉଟ୍’ରେ ଦଳର ମୁଖ୍ୟ କୋଚ୍ ଆଶିଷ ନେହରା, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟର ଶୁଭମନ ଗିଲ୍ ମିଳିତ ଭାବେ ଲୋଗୋ ଉନ୍ମୋଚନ କରିଥିଲେ । ଏହି ଲୋଗୋ ଏକ ଉଚ୍ଚତାକୁ ଦର୍ଶାଉଛି, ଯିଏ ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଉପରକୁ ଆଗେଇ ଚାଲିଛି ।
ବହୁ ପ୍ରତିକ୍ଷୀତ ଏହି ଦଳର ଲୋଗୋ ଏକ ଗୁଡ଼ି ସଦୃଶ ରହିଛି, ଯାହା ଆକାଶରେ ଉପରକୁ ଉଡ଼ି ଚାଲିଛି । ଗୁଜରାଟରେ ଗୁଡ଼ି ଉଡ଼ା ପର୍ବ (ଉତ୍ତରାୟଣ ଉତ୍ସବ) ପାଳନ କରାଯାଉଛି । ଏହା ଗୁଜରାଟର ସାଂସ୍କୃତିକ ଐତିହ୍ୟ । ତେଣୁ ରାଜ୍ୟର ସଂସ୍କୃତିକୁ ଦର୍ଶାଉଥିବା ଭଳି ଲୋଗୋ ପ୍ରସ୍ତୁତ କରାଯାଇଛି । ଗୁଜରାଟ ଟାଇଟନ୍ସ ମେଗା ଖେଳାଳି ନିଲାମରେ ଏକ ସନ୍ତୁଳିତ ଦଳ ଗଠନ କରିଛି । ଅଲରାଉଣ୍ଡର ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳରେ ଭାରତୀୟ ପେସ୍ ବୋଲର ମହମ୍ମଦ ସାମି, ବ୍ୟାଟର ଗିଲ୍, ସ୍ପିନର ରାହୁଲ ତେୱାତିଆ, ଇଂଲଣ୍ଡର ଜାସନ ରୟ, ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଲୋକି ଫର୍ଗୁସନ ଏବଂ ଆଫଗାନିସ୍ତାନର ସ୍ପିନ ଯାଦୁକର ରସିଦ ଖାନଙ୍କ ଭଳି ତାରକା ଖେଳାଳି ସାମିଲ ରହିଛି ।

 

Related posts

ସଚିନକୁ ମନେ ପକାଇଲେ ହରବଜନ

Odisha Sports Bureau

ଆଇପିଏଲ ୨୦୨୪ ପୂର୍ବରୁ ଆହତ ହୋଇଛନ୍ତି ଶିବମ ଦୁବେ

Odisha Sports Bureau

ବିଜୟ ହଜାରେ ଟ୍ରଫିରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି ରିଙ୍କୁ ସିଂହ

Odisha Sports Bureau