Cricket

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ

(ଅଷ୍ଟ୍ରେଲିଆ) : ପରଲୋକରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣ । ଥାଇଲାଣ୍ଡରେ ୫୨ ବର୍ଷ ବୟସରେ ହୃଦଘାତରେ ଓ୍ୱାର୍ଣ୍ଣଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍‌ ଜଗତ ସ୍ତବ୍ଧ ହୋଇପଡ଼ିଛି। ଦ୍ବିତୀୟ ଅଗ୍ରଣୀ ଟେଷ୍ଟ୍‌ ବୋଲର, ୧୯୯୯ ଦିନିକିଆ ବିଶ୍ବକପ୍‌ ବିଜେତା ଓ ଆଇପିଏଲ୍‌ ବିଜେତା ପ୍ରଥମ ଅଧିନାୟକ, ଅନ୍ୟତମ ୱିଜଡେନ୍‌ କ୍ରିକେଟର୍‌ ଅଫ୍‌ ଦ ସେଞ୍ଚୁରି ବିବେଚିତଙ୍କ କ୍ରିକେଟ୍ ପ୍ରଦର୍ଶନ ଅତୁଳନୀୟ ଥିଲା।

ସୂଚନାନୁଯାୟୀ , କିଛି ଘଣ୍ଟା ତଳେ ୱାର୍ଣ୍ଣ ନିଜ ଦେଶର କ୍ରିକେଟର୍ ରଡନୀ ମାର୍ଶଙ୍କ ଦେହାନ୍ତରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ। ୱାର୍ଣ୍ଣ ଥାଇଲାଣ୍ଡର ଏକ ଭିଲ୍ଲାରେ ଥିଲେ, ଯେଉଁଠାରେ ଶନିବାର ସକାଳ (ଅଷ୍ଟ୍ରେଲିଆ ସମୟାନୁସାରେ) ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ ଡାକ୍ତରୀ ଦଳର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଅନୁମାନ କରାଯାଉଛି।

 

Related posts

ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପ୍ରସଙ୍ଗରେ ବିରାଟଙ୍କୁ ସିଦ୍ଧୁଙ୍କ କଡ଼ା ଯବାବ୍

Odisha Sports Bureau

ମ୍ୟାଚ ପୂର୍ବରୁ ମହାକାଳଙ୍କ ଶରଣ ପଶିଲେ ଗୌତମ ଗମ୍ଭୀର…

Odisha Sports Bureau

ଆଇପିଏଲରେ ଛକାରେ ରେକର୍ଡ଼ କରିଥିବା ଖେଳାଳୀ

Odisha Sports Bureau