More Sports

ଓଡ଼ିଆ ଝିଅ ପ୍ରତ୍ୟାଶାଙ୍କ କମାଲ, ହାସଲ କଲେ ଦ୍ବିତୀୟ ରୌପ୍ୟ

ଭୁବନେଶ୍ବର: ବାଙ୍ଗାଲୋରର ଜୈନ ବିଶ୍ବବିଦ୍ୟ‌ଳୟଠାରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ହୋଇଥିଲା । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ପ୍ରତ୍ୟାଶା ରାୟ ରୌପ୍ୟ ପଦକ ଜିତିଛନ୍ତି। ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୩୨.୬୭ ସେକେଣ୍ଡ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଫଳରେ ପ୍ରତ୍ୟାଶାଙ୍କ ଏହା ଚଳିତ ପ୍ରତିଯୋଗିତାରେ ଦ୍ବିତୀୟ ରୌପ୍ୟ ପଦକ। ତାଙ୍କର ଏହି ପଦଳ ବଳରେ ଓଡ଼ିଶାର ପଦକ ସଂଖ୍ୟା ୭ (୧ ସ୍ବର୍ଣ୍ଣ, ୪ ରୌପ୍ୟ, ୨ କାଂସ୍ୟ)କୁ ବୃଦ୍ଧି ପାଇଛି। ପୂର୍ବରୁ ଭରୋତ୍ତୋଳନରେ ସ୍ନେହା ସୋରେନ୍‍ ସ୍ବର୍ଣ୍ଣ, ପ୍ରମିଳା କିର୍ସାନି, ପୁନିତ ଚନ୍ଦ୍ର ସାହୁ ଓ ମୋତି ଜାନି ରୌପ୍ୟ ଏବଂ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଥିଲା ବେଳେ ପ୍ରତ୍ୟାଶା ସନ୍ତରଣରେ ‌ରୌପ୍ୟ ପଦକ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସେ ୧୦୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍‌ରେ ରୌପ୍ୟ ଜିତିଥିଲେ ।

Related posts

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

Odisha Sports Bureau

ମାଲଦ୍ୱୀପ ଅନ୍ତଃରାଷ୍ଟ୍ରୀୟ ଚ୍ୟାଲେଞ୍ଜରେ ବାଜି ମାରିଲେ ଲୋକେଶ

Odisha Sports Bureau

ପ୍ରେମିକା ମଥାରେ ସିନ୍ଦୁର ଦେଲେ ଦୂତୀ : ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ପ୍ରକାଶ ପାଇଲା ଚିତ୍ର