Hockey

ବୀରେନ୍ଦ୍ର ଲାକ୍ରା ହେଲେ ପୁରୁଷ ହକି ଟିମର ଅଧିନାୟକ

ଭୁବନେଶ୍ୱର: ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଆସନ୍ତା ୨୩ ତାରିଖରୁ ଏସିଆ କପ୍‌ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି । ଏସିଆ କପ ପାଇଁ ଦଳ ଘୋଷଣା ହୋଇସାରିଥିବା ବେଳେ ଦଳର ଅଧିନାୟକ ଭାବେ ଦାୟିତ୍ୱ ଭାରତୀୟ ହକି ଦଳର ଖେଳାଳି ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ସେହିଭଳି ଉପ ଅଧିନାୟକ ଦାୟିତ୍ୱ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଥିଲା । କିନ୍ତୁ ଅଭ୍ୟାସ ସମୟରେ ଆହତ ସମସ୍ୟା କାରଣରୁ ରୁପିନ୍ଦର ଅଧିନାୟକ ପଦରୁ ବାଦ ପଡ଼ିଥିଲେ ।

ଏବେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ପୁଅ ତଥା ଅଲିମ୍ପିକ୍ସ ମେଡାଲ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବ। ତେବେ ଏନେଇ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । କ୍ୟାପଟେନ ଲାକ୍ରା ଓ ପୂରା ଭାରତୀୟ ହକି ଟିମକୁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭାରତୀୟ ଦଳ ପାଇଁ ୨୦୧ଟି ମ୍ୟାଚ ଖେଳିଥିବା ବୀରେନ୍ଦ୍ର ୨୦୦୭ରେ ଭାରତୀୟ ଜୁନିୟର ହକି ଟିମରେ ଡେବ୍ୟୁ କରିଥିଲେ । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ବୀରେନ୍ଦ୍ର । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ରହିଥିଲେ ବୀରେନ୍ଦ୍ର ଲାକ୍ରା। ଆଉ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲା । ଲଗାତାର ମ୍ୟାଚ୍ ଖେଳିବା ସହ ସେ ଦଳର ନିର୍ଭରଯୋଗ୍ୟ ଖେଳାଳୀ ଭାବେ ପରିଚିତ ହୋଇଥିଲେ ।

Related posts

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଉରକେଲାରେ ନିର୍ମାଣ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ

Odisha Sports Bureau

ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଦମଦାର ବିଜୟ

Odisha Sports Bureau

ପୁରୁଷ ହକି ବିଶ୍ୱ କପରେ ଆଜି ଦୁଇଟି ଶେଷ କ୍ରସ ଓଭର ମ୍ୟାଚ୍

Odisha Sports Bureau