Cricket

କିଙ୍ଗ୍ସକୁ ହରାଇ ଚତୁର୍ଥରେ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ପ୍ଲେ ଅଫ୍ ପ୍ରଦେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାକୁ ୧୭ ରନ୍‌ରେ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ୍‌ ତାଲିକାର ଚତୁର୍ଥ ସ୍ଥା‌ନକୁ ଉନ୍ନୀତ ହୋଇଛି। ତା ସହ ନିଜ ପ୍ଲେ ଅଫ୍ ପ୍ରବେଶ ଆଶାକୁ ଆହୁରି ଦୃଢ଼ କରିଛି। ତ୍ରୟୋଦଶ ମ୍ୟାଚ୍‌ରୁ ଦିଲ୍ଲୀର ଏହା ସପ୍ତମ ବିଜୟ ଥିଲା। ଅନ୍ୟପକ୍ଷରେ ସେହି ତ୍ରୟୋଦଶ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରିଥିବା ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ୍ ପ୍ରବେଶ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଜାବ ହାତରେ ଆଉ ଗୋଟିଏ ମ୍ୟାଚ୍ ଥିଲେ ମଧ୍ୟ ବିଯୁକ୍ତାତ୍ମକ ରନ୍ ହାର ପାଇଁ ଏହି ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିବାର ସମ୍ଭାବନା ଯଥେଷ୍ଟ ବଢ଼ିଯାଇଛି।
୧୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପଞ୍ଜାବ ସୋମବାର କେବେବି ବିଜୟର ନିକଟତର ‌ହୋଇ ପାରି ନଥିଲା। ୬୭ ରନ୍‌ରେ ୬ ୱିକେଟ୍ ହରାଇ ବଡ଼ ପରାଜୟ ଆଡ଼କୁ ଆଗ୍ରସର ହେଉଥିଲା। ତେବେ ୱିକେଟ୍ ରକ୍ଷକ ଜିତେଶ ଶର୍ମାଙ୍କ ୪୪ ଏବଂ ସ୍ପିନର ରାହୁଲ ଚହରଙ୍କ ୨୫ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୪୨ ରନ୍ କରି ପରାଜୟ ବ୍ୟବଧାନକୁ କିଛିଟା କମାଇ ପାରିଥିଲା। ୩୬ ରନ୍‌ ଦେଇ ୪ ୱିକେଟ୍‌ ନେଇଥିବା ଶାର୍ଦୁଳ ଠାକୁର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Related posts

ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ପାକିସ୍ତାନ ଠାରୁ ପଛରେ ଭାରତ

Odisha Sports Bureau

୫ମଥର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ,ନିରାଶ ହେଲା ଭାରତ

ବିଶ୍ୱକପରେ ଅଧିନାୟକ ଦାୟିତ୍ୱ ଧୋନିଙ୍କୁ ଦିଆଯିବା ଦରକାର: ଅଜୟ ଜାଡେଜା