Cricket

ଭାରତ ଓ ଦକ୍ଷିଣ ଆଫ୍ରିକା ଟି- ଟ୍ୱେଣ୍ଟି ମ୍ୟାଚ: ଖେଳ ଦେଖିବାକୁ ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ଭୁବନେଶ୍ୱର,୬/୬: ବାରବାଟୀରେ ଟି- ଟ୍ୱେଣ୍ଟି ମ୍ୟାଚ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି। ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ ପ୍ରଦାନ କରିଛନ୍ତି । ସେଠାରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ଅନ୍ୟପଟେ ଏଚଡିଏଫସି ବ୍ୟାଙ୍କର ଜୋନାଲ ହେଡ୍ ଦୀପକ ସିଂହ ଓ ଭାଇସ ପ୍ରେସିଡେଣ୍ଟ ଅନିମେଷ ବିଶ୍ବାଳ ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ସୁବ୍ୟବସ୍ଥିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଯେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ମାସ ୧୨ ତାରିଖରେ  ଟି- ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ।

Related posts

ଆଇପିଏଲ ୨୦୨୪ରେ ଖେଳିବ ନାହିଁ ଇଂଲଣ୍ଡ ଅଲ୍ ରାଉଣ୍ଡର ବେନ୍ ଷ୍ଟ୍ରୋକ୍ସ

Odisha Sports Bureau

ରାହୁୁଲ ବାମ ହାତି ବ୍ୟାଟ୍ସ ମ୍ୟାନ: ଆଇସିସି

Odisha Sports Bureau

ଏସିଆ କପରେ ବିରାଟଙ୍କ ନୂଆ ହେୟାର କଟ

Odisha Sports Bureau