Cricket

ଓଡିଶା ଆସିବେ BCCI ସଭାପତି ସୌରଭ ଗାଙ୍ଗୁଲି

କଟକ: ଓଡିଶା ଆସିବେ BCCI ସଭାପତି ସୌରଭ ଗାଙ୍ଗୁଲି । ସେ କଟକ ବାରବାଟୀ ଷ୍ଟାଡିୟମ ଆସିବେ । ଆସନ୍ତା ୧୨ରେ ଗାଙ୍ଗୁଲି ବାରବାଟୀ ଆସିବା ନେଇ OCA ପକ୍ଷରୁ ସୂଚନା ଦିଆଯାଇଛି । ସୂଚାନଯୋଗ୍ୟ ଯେ ଆସନ୍ତା ୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଏଥିପାଇଁ ଦୁଇ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।
ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖେଳାଳିମାନେ ହୋଟେଲ୍‌ ମେ’ ଫେୟାର ଯାଇଥିଲେ । ସେଠାରେ ପାରମ୍ପରିକ ବାଜା ଓ ଘୋଡ଼ା ନାଚରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ହୋଟେଲ୍‌ରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱତନ୍ତ୍ର ମିଠା ଓ କେକ୍‌ ପରାଷା ଯାଇଥିଲା କରାଯାଇଥିଲା ।

Related posts

ବିଶ୍ୱକପ ଜିତିଲେ ଟିମ୍ ଇଣ୍ଡିଆକୁ ମିଳିବ କେତେ ଟଙ୍କା?

Odisha Sports Bureau

ବର୍ଷା ପରେ ପଡିଲା ଐତିହାସିକ ଟସ

ପୁଣି ଥରେ ଶ୍ରୀଧରନ ଭାରତୀୟ ଟିମର ଫିଲ୍ଡି କୋଚ

Odisha Sports Bureau