Cricket

ଫ୍ରେଞ୍ଚ ଓପନ ଟାଇଟେଲ ଜିତି ଧୁମ୍ ମଚାଇଲେ ସାଇରାଜ – ଚିରାଗ

ଭୁବନେଶ୍ୱର : ଫ୍ରେଞ୍ଚ ଓପନ ବ୍ୟାଡମିଂଟନରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ କମାଲ କରିଛନ୍ତି । ପୁରୁଷ ଡବଲ୍ସରେ ସେମାନେ ଚାଇନିଜ ତାଇପେର ଲୁ ଚିଙ୍ଗ ୟା ଓ ୟା ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଭାରତୀୟ ଯୋଡି ୨୧-୧୩ ଓ ୨୧-୧୯ ସିଧାସଳଖ ଗେମରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଜରେ ପରାସ୍ତ କରିଥିଲେ ।

୧୯୮୩ ପରେ ଚିରାଗ ଓ ସାଇରାଜ ପ୍ରଥମ ଭାରତୀୟ ଯୋଡି ଭାବେ ଏହି ସଫଳତା ହାସଲ କରିଛନ୍ତି । ସେମାନଙ୍କ ପୂର୍ବରୁ ପାର୍ଥୋ ଗାଙ୍ଗୁଲି ଓ ବିକ୍ରମ ସିଂଙ୍କ ଯୋଡି ଏହି କୀର୍ତିମାନ ହାସଲ କରିଥିଲେ ।। ଓଭରାଲ କ୍ୟାରିୟରରେ ଏହି ଯୋଡିଙ୍କର ଏହା ୧୧ତମ ଟାଇଟଲ ହୋଇଥିବାରୁ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଭିନ୍ନ ମହଲରୁ ସାଇରାଜ ଓ ଚିରାଗଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

 

Related posts

ରବିଙ୍କ ପରେ ଫେରିବେ ଅନିଲ

Odisha Sports Bureau

ଭାରତ-ପାକିସ୍ତାନ ଟି-୨୦ ବିଶ଼୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟକା, ଆହତ ହେଲେ କ୍ୟାପଟେନ ରୋହିତ

ଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦ

Odisha Sports Bureau