Football

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି

କତାର : କତାରରେ ଫୁଟବଲ ବିଶ୍ୱକପର ମହାକୁମ୍ଭ ଚାଲିଛି | ଫୁଟବଲ କ୍ରିଡାକୁ ଭଲପାଉଥିବା ସବୁ ମଣିଷ ଏହି ଫୁଟବଲ ବିଶ୍ୱକପର ଟିକିନିକି ଖବର ଉପରେ ନଜର ରଖୁଛନ୍ତି । ନିଜ ନିଜ ପସନ୍ଦର ଫୁଟବଲ ଟିମ ଏବଂ ପ୍ଲେୟାରଙ୍କ ପ୍ରଦର୍ଶନ କିପରି ଶ୍ରଷ୍ଠ ହେବ ଫୁଲ ଜୋସର ସହ ଅପେକ୍ଷା କରିବସିଛନ୍ତି ଦର୍ଶକ ଫୁଟବଲ ବିଶ୍ୱକପର ମହାକୁମ୍ଭ ଚାଲିଥିବା ଭିତରେ ଏବେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି | ପର୍ତ୍ତୁଗାଲର ସୁପରଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ । ଫୁଟବଲ ଗ୍ରଉଣ୍ଡରେ ନିଜ ପ୍ରଦର୍ଶନ ହେଉ କିମ୍ବା ନିଜ ଫିଟନେଶ ତାସହ ନିଜ ଫ୍ୟାମିଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ରୋନାଲ୍ଡୋ | କେବଳ ଚର୍ଚ୍ଚାରେ ନୁହେଁ ଫୁଟବଲ ମଇଦାନରେ ଯେପରି ନିଜର ଚôମତାର ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରନ୍ତି ଠିକ ସେମିତି ସୋସିଆଲ ମିଡିଆରେ ବିଶ୍ୱ ରେକର୍ଡ କରିଛନ୍ତି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଆର୍ଜେଣ୍ଟିନା ସୁପରଷ୍ଟାର ଫୁଟବଲର ଲିଓନେଲ ମେସି । ଇନଷ୍ଟାଗ୍ରାମରେ ମେସିଙ୍କୁ ୩.୭୬ ମିଲିଅନ ୟୁଜର ଫଲୋ କରୁଛନ୍ତି । ଇନଷ୍ଟାଗ୍ରାମ ରେ ଦୁନିଆର ସବୁଠାରୁ ଅଧିକ ଫଲୋଅର୍ସ କରୁଥିବାବେଳେ ଟ୍ୱିଟରରେ ମଧ୍ୟ ରୋନାଲଡୋଙ୍କର ୧୦୫ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି।
ଟପ୍ ଟେନ ତାଲିକାରେ ଟେଲିଭିଜନ ତାରକା କାଇଲି ଜେନରଙ୍କ ୩.୪୬ ମିଲିଅନ ଫଲୋଅର୍ସ ସହ ସେ ତୃତୀୟ ସ୍ଥାନରେ ରହିଛନ୍ତି । ସେଲେନା ଗେମେଜ ଓ ଡ୍ବାନ ଦ ରକ ଜନସନ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ୨.୦୩ ମିଲିଅନ ଫଲୋଅର୍ସ ସହ ସପ୍ତମ ସ୍ତାନରେ ରହିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି । ଭାରତର ଲୋକପ୍ରିୟ କ୍ରୀକେଟ ଖେଳାଳି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ଦୁଇଗୁଣ ଅଧିକ ଅଛନ୍ତି । ଶନିବାର ଦିନ ରୋନାଲଡୋ ଏବଂ ଲିଓନେଲ ମେସି ଏକ ଚେସବୋର୍ଡରେ ପୋଜ୍ କରିଥିଲେ ଏବଂ ଚିତ୍ର ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରୋନାଲଡୋଙ୍କ ଟ୍ୱିଟର ପୋଷ୍ଟରେ ୩.୬ ମିଲିୟନରୁ ଅଧିକ ଲାଇକ୍ ଆସିଛି। ଏହି ପୋଷ୍ଟରେ ବିରାଟ କୋହଲି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ‘କି ଛବି’ ଏହି ଭାଇରାଲ ପୋଷ୍ଟ ସହ ବିରାଟଙ୍କ କମେଣ୍ଟ ପରେ ଭାରତ ସମେତ ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

Related posts

ଶେଷ ନିଶ୍ୱାସ ତ୍ୟାଗ କଲେ ଭାରତୀୟ ଫୁଟବଲର ମହମ୍ମଦ ଜୁଲଫିକାରୁଦ୍ଦିନ

Odisha Sports Bureau

ତାଳଚେର ଥର୍ମାଲ ଏନ. ଟି. ପି. ସି. ରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣା ମେଣ୍ଟଅନୁଷ୍ଠିତ

୨୩.୫୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ଷ୍ଟାର ଫୁଟବଲର ପେଲେଙ୍କ ଜର୍ସୀ

Odisha Sports Bureau