Cricket

ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ଧାୱନ୍‌ ଓ ପନ୍ତ୍‌ ବାଦ୍‌

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଲାଗି ଘୋଷଣା ହୋଇଛି ଭାରତୀୟ ଦଳ | ଶିଖର ଧାୱନ୍‌ ଦିନିକିଆ ଦଳରୁ ବାଦ୍‌ ପଡ଼ିଛନ୍ତି। ଶୁବମନ୍‌ ଗିଲ୍‌ ଏବଂ ଈଶାନ କିଶନଙ୍କ ଏବର ଫର୍ମ ପାଇଁ ଧାୱନ୍‌ ବାଦ୍‌ ପଡ଼ିଛନ୍ତି। ସେହିପରି ଆହତ ଯୋଗୁଁ ଅଧିନାୟକ ରୋହିତ ଶର୍ମା ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲା ବେଳେ ଦିନିକିଆକୁ ଫେରିବେ। ସେ ଦିନିକିଆରେ ‌ଦଳର ନେତୃତ୍ବ ନେବେ। ହେଲେ ଟ୍ବେଣ୍ଟି-୨୦‌ରେ ତାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ବ ଭାର ମିଳିଥିଲା ବେଳେ ସୂର୍ଯ୍ୟକୁମାର ଯାଦବ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିପରି ହାର୍ଦ୍ଦିକ ମଧ୍ୟ ଦିନିକିଆ ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି।
ଅନ୍‌କ୍ୟାପ୍‌ଡ ଦ୍ରୁତ ବୋଲର ଶିବମ ମାଭି ଓ ମୁକେଶ କୁମାର ‌ଟ୍ବେଣ୍ଟି-୨୦ ପଦାର୍ପଣ ସୁଯୋଗ ପାଇଛନ୍ତି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ଦୁଇ ଘରୋଇ ଶୃଙ୍ଖଳା ଜାନୁଆରି ୩ରୁ ଆରମ୍ଭ ହେବ। ଅନ୍ୟପକ୍ଷରେ ଫର୍ମ ସହ ସଂଘର୍ଷ କରୁଥିବା କେଏଲ୍‌ ରାହୁଲ ‌ଟ୍ବେଣ୍ଟି-୨୦ ଦଳରୁ ବାଦ୍‌ ପଡ଼ିଥିଲା ବେଳେ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।

Related posts

ଭାରତକୁ ୨୧୬ ରନର ଟାର୍ଗେଟ୍, ଟିମ୍ ସିଫର୍ଟଙ୍କ ତୁଫାନି ଅର୍ଧଶତକ

Odisha Sports Bureau

ଆଫଗାନିସ୍ତାନକୁ ୧୨୭ ରନ୍‌ରେ ହରାଇ ସିରିଜ୍‌ ହାତେଇଲା ଭାରତ

Odisha Sports Bureau

ଗୁପଚୁପ ବିକାଳିରୁ ଷ୍ଟାର କ୍ରିକେଟର : ଯଶସ୍ୱୀ ଜୟସ୍ୱାଲ