ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଲାଗି ଘୋଷଣା ହୋଇଛି ଭାରତୀୟ ଦଳ | ଶିଖର ଧାୱନ୍ ଦିନିକିଆ ଦଳରୁ ବାଦ୍ ପଡ଼ିଛନ୍ତି। ଶୁବମନ୍ ଗିଲ୍ ଏବଂ ଈଶାନ କିଶନଙ୍କ ଏବର ଫର୍ମ ପାଇଁ ଧାୱନ୍ ବାଦ୍ ପଡ଼ିଛନ୍ତି। ସେହିପରି ଆହତ ଯୋଗୁଁ ଅଧିନାୟକ ରୋହିତ ଶର୍ମା ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲା ବେଳେ ଦିନିକିଆକୁ ଫେରିବେ। ସେ ଦିନିକିଆରେ ଦଳର ନେତୃତ୍ବ ନେବେ। ହେଲେ ଟ୍ବେଣ୍ଟି-୨୦ରେ ତାଙ୍କ ସ୍ଥାନରେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ବ ଭାର ମିଳିଥିଲା ବେଳେ ସୂର୍ଯ୍ୟକୁମାର ଯାଦବ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିପରି ହାର୍ଦ୍ଦିକ ମଧ୍ୟ ଦିନିକିଆ ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି।
ଅନ୍କ୍ୟାପ୍ଡ ଦ୍ରୁତ ବୋଲର ଶିବମ ମାଭି ଓ ମୁକେଶ କୁମାର ଟ୍ବେଣ୍ଟି-୨୦ ପଦାର୍ପଣ ସୁଯୋଗ ପାଇଛନ୍ତି। ୩ ମ୍ୟାଚ୍ ବିଶିଷ୍ଟ ଏହି ଦୁଇ ଘରୋଇ ଶୃଙ୍ଖଳା ଜାନୁଆରି ୩ରୁ ଆରମ୍ଭ ହେବ। ଅନ୍ୟପକ୍ଷରେ ଫର୍ମ ସହ ସଂଘର୍ଷ କରୁଥିବା କେଏଲ୍ ରାହୁଲ ଟ୍ବେଣ୍ଟି-୨୦ ଦଳରୁ ବାଦ୍ ପଡ଼ିଥିଲା ବେଳେ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।
previous post