Cricket

ଆଜି ଭାରତ – ଶ୍ରୀଲଙ୍କା ପ୍ରଥମ ଟି-୨୦, ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ :ନୂଆ ବର୍ଷରେ ନୂଆ ଖାତା ଖୋଲିବ ଭାରତ | ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ପ୍ରଥମ ଟି -୨୦ ମ୍ୟାଚ | ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ବାଦ ଦେଇଛି ଦଳ | ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ ଖେଳାଯିବ ମ୍ୟାଚ୍ ।ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତିନି ଟିକିଆ ଟି-୨୦ ସିରିଜ୍ ଖେଳିବ ଦଳ । ନୂଆ ଖେଳାଳି, ନୂଆ ଟିମ୍ ଓ ନୂଆ ମ୍ୟାନେଜମେଣ୍ଟ ସହ ଭାରତର ଟି-୨୦ର ଅଭିଯାନ ଆରମ୍ଭ ହେବ ।ସେପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଭାରତର ଭାଗ୍ୟ ନିର୍ଭର କରୁଛି । ଅନ୍ୟପକ୍ଷରେ ଯଦି ଶ୍ରୀଲଙ୍କା କଥା କହିବା ତାହାଲେ ଗତ ଟି-୨୦ ବିଶ୍ୱକପ ପରେ ଦଳ କୌଣସି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିନାହିଁ ।

କିନ୍ତୁ ଶ୍ରୀଲଙ୍କା ପ୍ରିମିୟର ଲିଗରେ ଦଳର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ଗତ ଏସିଆ କପରେ ମଧ୍ୟ ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିଥିଲା ଏବଂ ଚମ୍ପିଆନ ହୋଇଥିଲା । ଶ୍ରୀଲଙ୍କାର ବ୍ୟାଟିଂ ବିଭାଗ ସନ୍ତୁଳିତ ଥିବାବେଳେ ବୋଲିଂ ବିଭାଗର ନେତୃତ୍ୱ ନେବେ ହସରଙ୍ଗାଙ୍କ ଉପରେ ରହିବ । ତେଣୁ ଏହି ସିରିଜରେ ଭାରତକୁ କଡ଼ା ଟକ୍କର ଦେଇପାରେ ଶ୍ରୀଲଙ୍କା ।ଏହି ସିରିଜ୍‌‌ରେ ଭାରତ ଓପନିଂରେ ନୂଆ ଯୋଡି ଇଶାନ କିସାନ ଓ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ଦେଇପାରେ। ଏହା ଯଦି ସମ୍ଭବ ହୁଏ, ତେବେ ଶୁବମାନ ଗିଲଙ୍କୁ ଡେବ୍ୟୁ କରିବାକୁ ଅପେକ୍ଷା କରିବାକୁ ହେବ। ନଂ-୩ରେ ନଂ-୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ। ଅଭିଜ୍ଞ ୱିକେଟକିପର ସଞ୍ଜୁ ସାମସନଙ୍କୁ ନଂ-୪ରେ ଖେଳିବାକୁ ନିଶ୍ଚୟ ସୁଯୋଗ ମିଳିବ।

Related posts

ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସରେ 15 ବର୍ଷ ପାଳନ କଲେ, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Odisha Sports Bureau

କୋରୋନାରେ ଚାଲିଗଲେ ଆରପି ସିଂହଙ୍କ ବାପା

Odisha Sports Bureau

ସେପ୍ଟେମ୍ବର ୨୪ରୁ ବିଜୟ ହଜାରେ ଟ୍ରଫି, ଓଡ଼ିଶା ଦଳ ଘୋଷିତ

Odisha Sports Bureau