Cricket

ଆଜିଠୁ ଆଇପିଏଲ ୧୬ତମ ସଂସ୍କରଣ, ୧୦ଟି ଟିମ ଭିତରେ ଲାଗିବ ଟକ୍କର

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ୨୦୨୩ ଆଇପିଏଲ ୧୬ ତମ ସଂସ୍କରଣ । ୧୦ଟି ଟିମ ଭିତରେ ଲାଗିବ ଟକ୍କର । ସନ୍ଧ୍ୟା ୭.୩୦ମିରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଏହାପୂର୍ବରୁ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଓପନିଂ ସେରେମନି।ଏହା ଦେଶର ୧୨ଟି ଷ୍ଟାଡିୟମରେ ୫୨ ଦିନ ପର୍ୟ୍ୟନ୍ତ ୭୦ ଲିଗ ସହିତ ମୋଟ ୭୪ଟି ମ୍ୟାଚ ହେବ । ୧୮ଟି ଡବଲ ହେଡର ଅର୍ଥାତ ଗୋଟିଏ ଦିନରେ ଦୁଇଟି ଲେଖାଏ ମ୍ୟାଚ ଖେଳାଯିବ। ଦୁଇଟି ଗ୍ରୁପରେ ୫ଟି ଲେଖାଏ ୧୦ଟି ଟିମ୍ ରଖାଯାଇଛି । ତେବେ ଆଇପିଏଲର ପ୍ରଥମ ମ୍ୟାଚ୍ରେ ଅଧିନାୟକ ଧୋନି ଖେଳିବେ କି ନାହିଁ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଗୋଇଠି ଜନିତ ସମସ୍ୟାରେ ଧୋନି ପଡ଼ିଥିବାରୁ ଗୁରୁବାର ଅଭ୍ୟାସ କରି ନାହାନ୍ତି । ଧୋନି ଆହତ ହୋଇଥିବାରୁ ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଦଳର ସିଇଓ ଏହାକୁ ଖଣ୍ଡନ କରିବା ସହ କ୍ୟାପ୍ଟେନ କୁଲ ୧୦୦% ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି।

 

Related posts

ଟସ୍ ଜିତି ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପତ୍ତି, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ଅଧିନାୟକ ରୋହିତ ଶର୍ମା କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି

Odisha Sports Bureau

ଟିମ ଇଣ୍ଡିଆ ଖେଳାଳିଙ୍କ ତାଲିକାକୁ ନେଇ ଖୁସି ନାହାନ୍ତି ଗାଙ୍ଗୁଲି