Cricket

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଳ୍ୟୁଟିସି) ଫାଇନାଲ ମୁକାବିଲା ଦ୍ରାବିଡଙ୍କ ପ୍ରସ୍ତୁତ ଆରମ୍ଭ

ନୂଆଦିଲ୍ଲୀ : ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଚାଲିଛି । କ୍ରିକେଟରମାନେ ଆଇପିଏଲ୍ ଖେଳିବାର ବ୍ୟସ୍ତ ରହିଥିଲେ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଳ୍ୟୁଟିସି) ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ପସ୍ତୁତି ଆରମ୍ଭ କରିଛନ୍ତି । ଦ୍ରାବିଡ ଓ ତାଙ୍କ ସମସ୍ତ କୋଚିଂ ଷ୍ଟାଫ୍ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ରେ ଏକାଠି ହେଇ ବ୍ଲୁ ପ୍ରିଣ୍ଟ
ଦ୍ରାବିଡ୍ଙ୍କ ସମେତ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମହାମ୍ବ୍ରେ, ଫିଲ୍ଡିଂ କୋଚ୍ ଟି ଦିଲୀପ ଓ ଅନ୍ୟ ସାପୋର୍ଟିଂ ଷ୍ଟାଫ୍ ଏକାଠି ହେବା ସହ ପୂର୍ବତନ କ୍ରିକେଟ ତଥା ଏନସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କ ନେତୃତ୍ୱରେ ଗଠିତ କମିଟି ସହ ବୈଠକରେ ବସିବେ।
ବୈଠକରେ ଲକ୍ଷ୍ମଣ ଓ ଦ୍ରାବିଡ ବିସ୍ତୃତ ଭାବେ ଆଲୋଚନା କରିବେ । ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନେ କିଭଳି କ୍ୱାଲିଟି ନେଟ୍ ଟ୍ରେନିଂ, ମ୍ୟାଚ୍ ପ୍ରାକ୍ଟସ୍ର ସୁବିଧା ପାଇବେ ସେ ନେଇ ବ୍ୟବସ୍ଥା କରାଯିବ।

Related posts

ଆଇସିସି ଅଣ୍ଡର -୧୯ ବିଶ୍ୱକପର ସୂଚୀ ଘୋଷଣା; ଜାଣନ୍ତୁ ଟିମ୍ ଇଣ୍ଡିଆର ମ୍ୟାଚ୍ କେବେ କେବେ ହେବ?

Odisha Sports Bureau

ଟେଷ୍ଟ ସିରିଜ୍ ମଝିରେ ଏକ ବଡ଼ ନିଷ୍ପତ୍ତି, ଏହି ଖେଳାଳୀ ହଠାତ୍ ତାଙ୍କର ଅବସର ଘୋଷଣା କଲେ

୧୯୮୭ରେ ଯାହା ହୋଇନଥିଲା ତାହା ଏବେ ହେବ, ପ୍ରତିଶୋଧ ନେବ ଭାରତ