Hockey

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ଓଡ଼ିଶାକୁ କାଂସ୍ୟ

 ଲକ୍ଷ୍ନୌ : ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (୨୧ ବର୍ଷରୁ କମ୍‌)ରେ ତୃତୀୟ ସ୍ଥାନ ଦଖଲ କରି କାଂସ୍ୟ ପଦକ ଜିତିଛି। ମଙ୍ଗଳବାର ୩/୪ ସ୍ଥାନ ଲାଗି ହୋଇଥିବା ମ୍ୟାଚ୍‌ରେ ଓଡ଼ିଶା ୩-୧ ଗୋଲ୍‌ରେ ସାଇ ବାଲ୍‌କୁ ପରାସ୍ତ କରିଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ବିତୀୟ କ୍ବାର୍ଟରରେ ଦୀପି ମୋନିକା ଟପ୍ପୋ (୧୮ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ଆଗୁଆ ହୋଇଥିଲା। ହେଲେ ୨୨ତମ ମିନିଟ୍‌ରେ ସାଇ ବାଲ୍‌ର ଗାୟତ୍ରୀ ଗେଦେଲା ଗୋଲ୍‌ ଦେଇ ସ୍ଥିତି ସମାନ କରିଥିଲେ। ଓଡ଼ିଶା ଅଧିନାୟିକା ମମିତା ଓରାମ (୨୪ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ପୁଣି ଅଗ୍ରଣୀ ନେଇଥିଲା। ୪୧ତମ ମିନିଟ୍‌ରେ ସୁନେଲିତା ଟପ୍ପୋଙ୍କ ଗୋଲ୍‌ରେ ଓଡ଼ିଶା ବିଜୟ ବ୍ୟବଧାନକୁ ୩-୧ କରିଥିଲା।

Related posts

ହକି ବିଶ୍ୱକପ ବାରବାଟି ବୁଲି ପ୍ରସ୍ତୁତି ସମିକ୍ଷା କରିଛନ୍ତି ଓସିଏ ସଭାପତି

Odisha Sports Bureau

ହକି ବିଶ୍ୱକପ : ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ

Odisha Sports Bureau

ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା

Odisha Sports Bureau